www.samajalive.in
Tuesday, December 9, 2025
15.1 C
Bhubaneswar

ଜୋର ଧରିଲା ଭିମସାର ନିର୍ଦ୍ଦେଶକଙ୍କ ବହିଷ୍କାର ଦାବି, ସାମିଲ ହେବେ ଅନ୍ୟ ୨ ମେଡ଼ିକାଲ କଲେଜର କନିଷ୍ଠ ଡ଼ାକ୍ତର

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ଭିମସାରର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ପୂଜାହାରୀଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଦୀର୍ଘଦିନ ଧରି ଆନ୍ଦୋଳନ କରି ଆସୁଥିବା କନିଷ୍ଠ ଡାକ୍ତର ସଂଘ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ସମୟ ଦେଇଛନ୍ତି।  ନ ହେଲେ ସେମାନେ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଭିମସାରରେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ବହିଷ୍କାର କରିବା ଦାବି  ନେଇ ଅନେକ ଦିନ ଧରି କନିଷ୍ଠ ଡ଼ାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲା। ଗୁରୁବାର ଏନେଇ ଭିମସାରର ଜୁନିୟର ଡ଼ାକ୍ତର ଆସୋସିଏସନ ପକ୍ଷରୁ କଟକରେ ଏସସିବି ଓ ବ୍ରହ୍ମପୁର ଏମକେସିଜି ମେଡକାଲର କନିଷ୍ଠ ଡ଼ାକ୍ତରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକରେ ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ ସମୟ ଦିଆଯାଇଛି । ଏହାସହ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଏହି ମିଳିତ ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ ଭିମସାରର କନିଷ୍ଠ ଡ଼ାକ୍ତରଙ୍କ ସହ ଏସସିବି, ଏମକେସିଜି ମେଡ଼ିକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories