ଭୀମା କୋରେଗାଁଓ : ଗିରଫ ସାମାଜିକକର୍ମୀଙ୍କ ଗୃହବନ୍ଦୀ ଅବଧି ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବଢିଲା

0

ନୂଆଦିଲ୍ଲୀ : ମାଓବାଦୀଙ୍କ ସହିତ ସମ୍ପୃକ୍ତି ଅଭିଯୋଗରେ ଗିରଫ ୫ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ଗୁରୁବାରରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଏହାସହ ଗିରଫଦାରୀ ବିରୋଧରେ ଆଗତ ଆବେଦନର ଶୁଣାଣିକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅର୍ଥାତ ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ଆଗତ ଆବେଦନର ଆସନ୍ତା ଶୁଣାଣି ସେପ୍ଟେମ୍ବର ୧୨ରେ ହେବ। ମାମଲର ଶୁଣାଣି ସମୟରେ ମହାରଷ୍ଟ୍ର ସରକାର ରାଜ୍ୟ ପୁଲିସ୍‍କୁ ଅଧିକ ଦାୟିତ୍ୱବାନ ହେବା ପାଇଁ ନିର୍ଦେଶ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।
ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ଐତିହାସିକ ରୋମିଲା ଥାପର, ଅର୍ଥନୀତିଜ୍ଞ ଦେବକି ଜୈନ ଓ ପ୍ରଭାତ ପାଟ୍ଟନାଏକ, ସୋସିଓଲୋଜି ପ୍ରଫେସର ସତୀଶ ଦେଶପାଣ୍ଡେ ଏବଂ ସାମାଜିକ ଅଧିକାର ଓକିଲ ମାୟ ଦାରୁୱାଲାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ପ୍ରକାଶଯୋଗ୍ୟ ଯେ ମହାରାଷ୍ଟ୍ର ପୁଲିସ୍‍ ବୁଧବାର ସୁପ୍ରିମକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିଥିଲା। ଏଥିରେ ମହାରାଷ୍ଟ୍ର ପୁଲିସ୍‍ କହିଥିଲା ଯେ ସାମାଜିକ କର୍ମୀଙ୍କୁ ଗିରଫ କରାଯିବା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନିହିତ ନାହିଁ; ବରଂ ସେମାନଙ୍କ କାର୍ଯ୍ୟକଳାପ ସାମାଜିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୁଲିସ ସେମାନଙ୍କୁ ଉପଯୁକ୍ତ ପ୍ରମାଣ ଭିତ୍ତିରେ ଗିରଫ କରିଛି।
୨୦୧୭ ଡିସେମ୍ବର ୩୧ରେ ଏଲଗାର ପରିଷଦର ସମାବେଶ ପରେ ଭୀମ କୋରେଗାଓଁଠାରେ ଘଟିଥିବା ହିଂସାକୁ ନେଇ ଅଭିଯୋଗ ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ବରାବର ରାଓ, ଅରୁଣ ପରେରା, ବେର୍ଣ୍ଣନ ଗୋନଜାଲଭେସ, ସୁଧା ଭାରଦ୍ୱାଜ ଏବଂ ଗୌତମ ନବଲଖାଙ୍କୁ ଗତ ମାସରେ ଗିରଫ କରିଥିଲା। ମାତ୍ର ଏଭଳି ଗିରଫଦାରୀ ଗଣତନ୍ତ୍ର ଉପରେ ପ୍ରହାର ବୋଲି ଦର୍ଶାଇ ଉପରୋକ୍ତ ଆବେଦନ ହୋଛି। ସେପ୍ଟେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave A Reply