www.samajalive.in
Sunday, December 14, 2025
23.1 C
Bhubaneswar

ଭୀମ କୋରେଗାଓଁ ହିଂସାକାଣ୍ଡ; ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଭୀମ କୋରେଗାଓଁ ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମିଲିନ୍ଦ ଏକବୋଟେଙ୍କ ଆଗୁଆ ଜାମିନ୍‌ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେବା ପରେ ପୁଣେ ଗ୍ରାମାଞ୍ଚଳ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଯାଇଥିଲା । ଜେରା ପାଇଁ ଡ଼କାଯାଇଥିବାବେଳେ ସେ ବହୁ ବିଳମ୍ବରେ ପହଞ୍ଚିଥିଲେ । ମୋବାଇଲ ଫୋନ୍‌ ହଜି ଯାଇଥିବା କହି ମିଲିନ୍ଦ ଫୋନ୍‌ ସମ୍ପର୍କରେ କୌଣସି ତଥ୍ୟ ଦେଇ ନ ଥିଲେ ବୋଲି ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ କୁହାଯାଇଥିଲା । ଏହାକୁ ଆଧାର କରି ସୁପ୍ରିମକୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲେ ।

- Advertisement -

ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ବିଚାରପତି କ୍ୟୁରିୟନ ଜୋସେଫ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକବୋଟେଙ୍କୁ ଗିରଫଦାରୀ ଉପରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବା ସହ ମହାରାଷ୍ଟ୍ର ସରକାରଙ୍କୁ ଜବାବ ତଲବ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏକବୋଟେଙ୍କ ପାଇଁ ଝଟକା ସଦୃଶ ହୋଇଛି ।

ପ୍ରକାଶ ଯେ ୧୮୧୮ରେ ଭୀମ କୋରେଗାଓଁରେ ବ୍ରିଟିଶ ଓ ପେଶୱାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ୨୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆବର୍ଷ ଦିନ ଦଳିତମାନେ ଉତ୍ସବ ପାଳନ କରିଥିଲା। ଦଳିତ ସୈନିକଙ୍କ ସହଯୋଗରେ ବ୍ରିଟିଶମାନେ ଏହି ଯୁଦ୍ଧରେ ବିଜୟୀ ହୋଇଥିଲେ। ଉଚ୍ଚ ଜାତିର ପେଶୱାଙ୍କୁ ଦଳିତମାନେ ପରାସ୍ତ କରିଥିବାରୁ ପ୍ରତିବର୍ଷ ଏଥିପାଇଁ ଉତ୍ସବ ପାଳନ କରିଥାନ୍ତି। ତେବେ ଏପରି ଉତ୍ସବକୁ କେତେକ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରିଥିଲେ। ଫଳରେ ହିଂସା ସୃଷ୍ଟି ହୋଇଥିଲା। ଏଥିରେ ଜଣେ ଦଳିତ ଯୁବକର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ହିନ୍ଦୁତ୍ୱ ନେତା ଏକବୋଟେ, ସାଙ୍ଗଲି, ମନୋହର ସାମ୍ବାଜୀ ଭିଣ୍ଡେଙ୍କ ନାମରେ ଦଳିତ କର୍ମୀ ମାମଲା ରୁଜୁ କରିଥିଲେ ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories