www.samajalive.in
Monday, December 15, 2025
14.1 C
Bhubaneswar

ଶତ ପ୍ରତିଶତ ଅଟଳ ପେନସନ ଯୋଜନାରେ ସାମିଲ ହେଲେ ଗ୍ରାମବାସୀ, ‘କବରାପାଲି’ ହେଲା ‘ଅଟଳ ଗ୍ରାମ’ ଗ୍ରାମ

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କବରାପାଲି ଗ୍ରାମରେ ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସାମାଜିକ ସୁରକ୍ଷା ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବରାପାଲି ଗ୍ରାମବାସୀମାନଙ୍କୁ ଶତ ପ୍ରତିଶତ ଅଟଳ ପେନସନ ଯୋଜନାରେ ସାମିଲ କରାଯାଇଥିବାରୁ ଏହାକୁ ‘ଅଟଳ ଗ୍ରାମ’ ଗ୍ରାମ ରୂପେ ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଅଟଳ ପେନସନ ଯୋଜନାରେ ଗ୍ରାମର ଶତ ପ୍ରତିଶତ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଏହା ରାଜ୍ୟରେ ପ୍ରଥମ ‘ଅଟଳ ଗ୍ରାମ’ ରୁପେ ଖ୍ୟାତି ଅର୍ଜନ କରିଛି।

ଏହି କାର୍ଯ୍ୟକ୍ରମରେ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦୀନେଶ ପରୁଥୀ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ, ଏସବିଆଇର ଡିଜିଏମ ସଞ୍ଜୟ ଝା, ଏସବିଆଇର ଏଜିଏମ ମାନସ କୁମାର ପ୍ରଧାନ, ପଡ଼ିଆବାହାଲ ଶାଖାର ପ୍ରବନ୍ଧକ ଅମ୍ରିତା ମିଶ୍ର, ଯୁଯୁମୁରା ବ୍ଲକ ଅଧ୍ୟକ୍ଷା ମମତା ନାଏକ, ଜିଲା ପରିଷଦ ସଦସ୍ୟା କବିତ ସାହୁ ଓ କବରାପାଲି ସରପଞ୍ଚ ଅନ୍ତର୍ଯ୍ୟାମୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

- Advertisement -

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପରୁଥୀ ଗ୍ରାମର ୫୨୫ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅଟଳ ପେନସନ ଯୋଜନାରେ ପଞ୍ଜୀକୃତ କରି ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାରୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଭଳି ଯୋଜନା ମାଧ୍ୟମରେ ସାମାଜିକ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ଥିବା ବେଳେ ଏହା ଦ୍ୱାରା ବୀମା କରିବା ସମସ୍ତଙ୍କ ପାଇଁ ସୁଲଭ ହୋଇପାରିଛି।

ଏଥି ସହ ପ୍ରଧାନମନ୍ତ୍ରୀ ସୁର୍ଯ ଘର ବିଜୁଳି ଯୋଜନା ଉପରେ ଶ୍ରୀ ପରୁଥୀ ଆଲୋକପାତ କରି କହିଥିଲେ ଯେ, କବରାପାଲି ଗ୍ରାମରେ ୧୦୦ ରୁ ଅଧିକ ପରିବାରକୁ ଏସବିଆଇ ଜରିଆରେ ରିହାତିରେ ଘରର ଛାତ ଉପରେ ସୌର ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହା ଦ୍ୱାରା ଗ୍ରାମବାସୀଙ୍କ ବିଜୁଳି ଖର୍ଚ୍ଚ ହ୍ରାସ ପାଇବା ସହିତ ସବୁଜ ଶକ୍ତିକୁ ପ୍ରୋତ୍ସାହନ ମିଳିବ।

ଏହି ଗ୍ରାମର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ, ଅନନ୍ୟ ପରମ୍ପରା ଏବଂ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରହିଥିବା କ୍ରୀଡା ସଫଳତାକୁ ମଧ୍ୟ ପ୍ରଶଂସା କରିବା ସହିତ ଏସବିଆଇର ଓଡିଶାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ନିରନ୍ତର ବିକାଶ ପାଇଁ ସମର୍ପଣ ଭାବକୁ ଶ୍ରୀ ପରୁଥୀ ଦୋହରାଇଥିଲେ। ଏହି ଅବସରରେ ପିଏମ ସୁର୍ଯ୍ୟ ଘର ଯୋଜନାରେ ୧୦୦ରୁ ଊର୍ଦ୍ଧ୍ବ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories