ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦେଶ

0

ନୂଆଦିଲ୍ଲୀ : ପଳାତକ ଘୋଷିତ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଦିଲ୍ଲୀର ମୁଖ୍ୟ ଦୌରାଜଜ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅଦାଲତଙ୍କ ଅନୁମତି ଲୋଡିଥିବାବେଳେ ମୁଖ୍ୟ ଦୌରାଜଜ୍‌ କୋର୍ଟ ବିଚାରପତି ଦୀପକ ଶେରାୱତ ଏହି ଅନୁମତି ଦେଇଛନ୍ତି। ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅଦାଲତ ବେଙ୍ଗାଲୁରୁ ପୁଲିସ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ମେ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ବିଦେଶୀ ବିନିମୟ ନିୟାମକ ଆଇନ (ଏଫଇଆରଏ)ର ଉଲ୍ଲଙ୍ଘନ କରିବା ଅଭିଯୋଗରେ ମାର୍ଚ୍ଚ ୪ରେ ଅଦାଲତ ମାଲ୍ୟାଙ୍କୁ ପଳାତକ ଘୋଷଣା କରିଥିଲେ। ମାଲ୍ୟା ଏବେ ଲଣ୍ଡନରେ ରହୁଥିବାବେଳେ ତାଙ୍କର ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଆବେଦନ କରିଛନ୍ତି।

Leave A Reply