www.samajalive.in
Saturday, December 6, 2025
14.1 C
Bhubaneswar

ବିଜୟ କୁମାର ଦେବ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ନୂଆଦିଲ୍ଲୀ : ଅଂଶୁ ପ୍ରକାଶଙ୍କ ବଦଳିର ପ୍ରାୟ ସପ୍ତାହକ ବ୍ୟବଧାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଦେବଙ୍କୁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ପାହ୍ୟାର ୧୯୮୭ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ବିଜୟ କୁମାରଙ୍କ ନିଯୁକ୍ତିକୁ ଶୁକ୍ରବାର ଅନୁମୋଦନ ମିଳିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅତିରିକ୍ତ ଶାସନ ସଚିବ ଥିବା ୧୯୮୬ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ମନୋଜ ପରିଡ଼ାଙ୍କୁ ଅତିିକ୍ରମ କରି ତାଙ୍କୁ ପଦୋନ୍ନତି ଦିଆଯାଇଛି। ଆମ୍‍ ଆଦମି ପାର୍ଟି ବିଧାୟକ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମାଡ଼ ଅଭିଯୋଗ ଆଣି ଅଂଶୁ ପ୍ରକାଶ ଚର୍ଚ୍ଚିତ ହୋଇଥିଲେ। ନିକଟରେ ତାଙ୍କୁ ଟେଲିକମ୍‍ ମନ୍ତ୍ରଣାଳୟକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories