www.samajalive.in
Saturday, December 6, 2025
26.1 C
Bhubaneswar

ଫେସ୍‌ବୁକ୍‌ରେ ଆଞ୍ଜେଲ୍‌ ପ୍ରିୟା ସାଜି ଯୁବକଙ୍କୁ ଲୁଟିଲେ ବିବାହିତା ମହିଳା ଓ ତାଙ୍କ ସ୍ୱାମୀ

ପୁରୀ: ପ୍ରେମଜାଲରେ ଫସାଇ ଲୁଟିବା ଅଭିଯୋଗରେ ଟାଉନଥାନା ପୁଲିସ ଶୁକ୍ରବାର ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ନମ୍ବରବିହୀନ ସ୍କୁଟି ସମେତ ଖେଳନା ପିସ୍ତଲ, ଛୁରି, ୨ଟି ମୋବାଇଲ ଫୋନ ଏବଂ ସୁନାଚେନ୍‍ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ପୁରୀ କାଳିକାଦେବୀ ସାହିର ସନ୍ତୋଷ କୁମାର ଦାସ (୩୦) ଏବଂ ରିୟା ଦାସ (୨୧) ବୋଲି ଟାଉନ ଥାନା ଇନ୍ସପେକ୍ଟର ଉମାକାନ୍ତ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଜଣେ ବିଟେକ୍‍ ଛାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ସେମାନଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ, ଠକେଇ ଓ ଲୁଟ୍‍ ଦଫାରେ ମୋକଦ୍ଦମା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ ଫେସବୁକ୍‍ ମାଧ୍ୟମରେ ରିୟାଙ୍କ ସହ ଭୁବନେଶ୍ୱର ବିରିହ ଅଞ୍ଚଳର ଶଶିଭୂଷଣ ସାହୁଙ୍କ ପରିଚୟ ହୋଇଥିଲା। ଶଶିଭୂଷଣ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ୍‍ ପଢୁଛନ୍ତି। ଫେସବୁକ୍‍ରେ ରିୟାଙ୍କ ନାମ ଆଙ୍ଗେଲ ରିୟା ବୋଲି ଉଲ୍ଲେଖ ରହିଛି।

- Advertisement -

ପ୍ରାୟ ୧ମାସ ତଳେ ଶଶିଭୂଷଣ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ଫେସବୁକ୍‍, ହ୍ୱାଟସପ୍‍ ଏବଂ ମୋବାଇଲ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। ରିୟା ତାଙ୍କୁ ଭଲ ପାଉଥିବା କହିଥିଲେ। ଗତ ୧୧ତାରିଖ ଦିନ ରିୟା ତାଙ୍କୁ ଟେଲିଫୋନ କରି ଘରେ ଏକୁଟିଆ ଥିବା କହି ୧୨ତାରିଖରେ ପୁରୀ ଆସିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଶଶିଭୂଷଣ ବସ୍‍ଯୋଗେ ପୁରୀରେ ପହଞ୍ଚିଥିଲେ। ରିୟାଙ୍କୁ ଫୋନ୍‍ କରିବାରୁ ନାରୀସେବା ସଦନ ଛକରେ ପହଞ୍ଚିବାକୁ ସେ ତାଙ୍କୁ କହିଥିଲେ। ଶଶିଭୂଷଣ ସେଠାରେ ପହଞ୍ଚି ପ୍ରାୟ ୧୦ମିନିଟ ଅପେକ୍ଷା କରିଥିଲେ ମଧ୍ୟ ବାରମ୍ବାର ଟେଲିଫୋନ ସତ୍ତ୍ବେ ରିୟା ସେଠାକୁ ଆସିନଥିଲେ। କିଛିସମୟ ପରେ ସନ୍ତୋଷ ଏକ ନମ୍ବରବିହୀନ ସ୍କୁଟି ଯୋଗେ ସେଠାରେ ପହଞ୍ଚି ଶଶିଭୂଷଣଙ୍କୁ ଧମକ ଦେବା ସହ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଛୁରି ଦେଖାଇ ଶଶିଭୂଷଣଙ୍କଠାରୁ ସୁନାଚେନ ଓ ଟଙ୍କା ଲୁଟ୍‍କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଶଶିଭୂଷଣ ଗତ ୨୦ତାରିଖ ଦିନ ଏ ସମ୍ପର୍କରେ ପୁଲିସକୁ ଏତଲା ଦେଇଥିଲେ। ରିୟାଙ୍କ ମୋବାଇଲ ଟ୍ରାକିଂ କରାଯାଇ ଶୁକ୍ରବାର ସନ୍ତୋଷ ଓ ରିୟାଙ୍କୁ ପୁଲିସ ଚିହ୍ନଟ କରିବା ସହ ଗିରଫ କରିଥିବା ଇନ୍ସପେକ୍ଟର ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ସେମାନେ ପତିପତ୍ନୀ ବୋଲି ତଦନ୍ତରୁ ଜଣାପଡିଛି। ସେମାନଙ୍କଠାରୁ ଶଶିଭୂଷଣଙ୍କ ସୁନାଚେନ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ରିୟାଙ୍କ ଫେସବୁକ୍‍ ଏବଂ ହ୍ୱାଟସଆପ୍‍ ଆକାଉଣ୍ଟରେ ଥିବା ତଥ୍ୟକୁ ଭିତ୍ତିକରି ପୁଲିସ ତଦନ୍ତ ଚଳାଇଛି। ଆଉ କୌଣସି ବ୍ୟକ୍ତିଙ୍କୁ ଏପରି ଭାବେ ଠକେଇ ଏବଂ ଲୁଟ୍‍ କରାଯାଇଛି କି ନାହିଁ ସେଥିନେଇ ଖୋଳତାଡ ଚାଲିଥିବା ଇନ୍ସପେକ୍ଟର ଶ୍ରୀ ସିଂହ କହିଛନ୍ତି। ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ପୁଲିସ କୋର୍ଟଚାଲାଣ କରିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories