www.samajalive.in
Monday, December 15, 2025
24.1 C
Bhubaneswar

ଖଟ ଭିତରେ ଟଙ୍କା ଓ ସୁନାଗହଣା ଲୁଚାଇ ରଖିଥିଲେ ଯନ୍ତ୍ରୀ, ଚଢ଼ାଉ ବେଳେ ଧରାପଡ଼ିଲା

ସମ୍ବଲପୁର: ସମ୍ବଲପୁରର ସରଲା ନିବାସୀ ତଥା ଟିଟିଲାଗଡ ଆରଆଣ୍ଡବି ସବ ଡିଭିଜନରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଡିଲେଶ୍ୱର ମାଝୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଖଟ ଭିତରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ମିଳିଛି।

ଭିଜିଲାନ୍ସ ବିଭାଗର ସୁଚନା ଅନୁଯାୟୀ, ଗୁରୁବାର ସକାଳୁ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ସମ୍ବଲପୁର, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଡିଲେଶ୍ୱର ମାଝୀଙ୍କ ଠିକଣାଗୁଡିକରେ ଚଢ଼ାଉ କରିଥିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା। ବଲାଙ୍ଗୀରର କଣ୍ଟାବାଞ୍ଜି ଆର ଆଣ୍ଡ ବି ମଣ୍ଡଳ ଅଧୀନ ସବଡିଭିଜନରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାଝୀଙ୍କ ସମ୍ବଲପୁର ଟାଉନ ୟୁନିଟ ସଂଖ୍ୟା – ୧୬ ସରଲାସ୍ଥିତ ଏକ ଦୁଇ ମହଲା ଘର(୪୫ ଶହ ବର୍ଗ ଫୁଟ), ଝାରସୁଗୁଡା ଜିଲା ବ୍ରଜରାଜନଗରର ୟୁନିଟ ସଂଖ୍ୟା – ୨ ଗଣ୍ଡଘୋରା ମୌଜାରେ ସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘର (୬୩ ଶହ ବର୍ଗ ଫୁଟ), ସେହି ଅଞ୍ଚଳର ନୁଆଡିହିଠାରେ ଥିବା ଏକ ମାର୍କେଟ କଂପ୍ଲେକ୍ସ(୯ ଶହ ବର୍ଗ ଫୁଟ), ଝାରସୁଗୁଡା ଜିଲାର ଲହଣ୍ଡାବୁଡଠାରେ ୨ଟି ହାଉସିଂ ବୋର୍ଡର ଘର, କଣ୍ଟାବାଞ୍ଜିସ୍ଥିତ କାର୍ଯ୍ୟାଳୟ ଏବଂ ସରକାରୀ ଆବାସଗୁଡିକ ସମେତ ସମୁଦାୟ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ାଉ ସମୟରେ ମାଝୀଙ୍କ ସମ୍ବଲପୁରସ୍ଥିତ ଘରେ ଥିବା ଏକ ଖଟ ମଧ୍ୟରେ ଗୁପ୍ତ ଚାମ୍ବର ରହିଥିବା ବେଳେ ସେଠାରୁ ୬ ଲକ୍ଷ ଟଙ୍କା ସମେତ ସୁନାଗହଣା ଜବତ କରାଯାଇଛି। ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ଚଢ଼ଉ ସମୟରେ ସମୁଦାୟ ୪ଟି କୋଠା ଘର, ଗୋଟିଏ ମାର୍କେଟ କଂପ୍ଲେକ୍ସ, ୯ଟି ଜମି(ସମ୍ବଲପୁରରେ ୭, ବ୍ରଜରାଜନଗରରେ ୧ ଓ ଝାରସୁଗୁଡା ବଡମାଳରେ ଗୋଟିଏ), ସୁନା ୩ ଶହ ଗ୍ରାମ, ନଗଦ ୬ ଲକ୍ଷ ୫୭ ହଜାର ୫ ଶହ ଟଙ୍କା, ଗୋଟିଏ କାର, ୨ଟି ଦୁଇ ଚକିଆ ଗାଡି, ବ୍ୟାଙ୍କ ଜମା ୨୦ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଜମା ରହିଥିବାର ଜଣାପଡିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories