www.samajalive.in
Monday, December 8, 2025
16.1 C
Bhubaneswar

ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ

ଭୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗ କଟକର ସ୍ୱତନ୍ତ୍ର ଅଦାଲତଙ୍କ ପକ୍ଷରୁ ଜାରି ୱାରେଣ୍ଟ ବଳରେ ଓଏସଏପି ଷଷ୍ଠ ବାଟାଲିଅନ କଟକର ସିପାହୀ ସହଦେବ ପରିଡାଙ୍କର ସରକାରୀ ବାସଭବନ ସମେତ ତାଙ୍କ ପୈତୃକ ସ୍ଥାନରେ ମଧ୍ୟ ଚଢଉ କରାଯାଇଥିଲା। ଏଥିରେ ୩ ଜଣ ଡିଏସପି, ୯ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଏକ ସମୟରେ କଟକ ତିନିଘରିଆ ଛକରେ ତାଙ୍କର ଏକ ତିନିମହଲା ଘର, ଗଣ୍ଡରପୁରରେ ଏକ ଆଜବେଷ୍ଟସ ଘର, ପୁରୀ ଚନ୍ଦନପୁରରେ ପୈତୃକ ଘର ସହିତ ପୁରୀ ମାଳତିପାଟପୁରସ୍ଥିତ ଶ୍ୱଶୁରଙ୍କ ଘର ଉପରେ ଚଢଉ କରାଯାଇଥିଲା। ତାଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା, ୪ଟି ଦୁଇଚକିଆ ଗାଡି, ୧୭ଟି ବ୍ୟାଙ୍କ ପାସବୁକ ଜବତ କରାଯାଇଛି। ସେହିଭଳି ସିପାହୀ ସହଦେବ ପରିଡାଙ୍କ ନାମରେ ଭୁବନେଶ୍ୱର ପାଣ୍ଡରା ମୋ÷ଜାରେ ଏକ ଜମି, ମାଳତିପାଟପୁରରେ ତାଙ୍କ ପତ୍ନୀଙ୍କ ନାମରେ ଏକ ଜମି, କଣ୍ଟିଲୋ ମୋ÷ଜାରେ ଜମି, କଟକ ଗୋପାଳପୁରରେ ତାଙ୍କ ପୁଅ କିଶାନ ପରିଡାଙ୍କ ନାମରେ ଜମି, କଟକ ଗଣ୍ଡରପୁରରେ ତାଙ୍କ ନାମରେ ଏକ ଜମି ଥିବା ଜଣାଯାଇଛି। ଏବେମଧ୍ୟ ଚଢଉ ଜାରି ରହିଥିବା ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories