www.samajalive.in
Monday, December 15, 2025
17.1 C
Bhubaneswar

ଦୁର୍ନୀତି ନିବାରଣ ବିଭାଗ ଜାଲରେ ସହକାରୀ ଜିଲାପାଳ- ୨କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ରାଉରକେଲା (ସ.ପ୍ର.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶ୍ରୀ ନାୟକଙ୍କ ରାଉରକେଲା, ଯାଜପୁର ଓ ଭୁବନେଶ୍ୱରସ୍ଥିତ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଛି। ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଅଦାଲତଙ୍କ ତଲାସି ପରୱାନା ବଳରେ ଜଣେ ଅତିରିକ୍ତ ପୁଲିସ୍‌ ଅଧୀକ୍ଷକ, ୪ ଜଣ ଉପ-ଅଧୀକ୍ଷକ ଓ ୫ ଜଣ ପୁଲିସ୍‌ ନିରୀକ୍ଷକ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ। ଚଢଉ ବେଳେ ଶ୍ରୀ ନାୟକଙ୍କ ରାଉରକେଲା :ଛେଣ୍ଡ କଳିଙ୍ଗବିହାର ଫେଜ-୩ରେ ଏକ ତିନି ମହଲା କୋଠା ଓ ଆଉ ଏକ ଦୁଇ ମହଲାକୋଠା ଠାବ ହୋଇଛି। ୩ ମହଲାକୋଠାର ବଜାର ମୂଲ୍ୟ ୭୫ ଲକ୍ଷ ଓ ଦୁଇମହଲାକୋଠାର ମୂଲ୍ୟ ୩୫ଲକ୍ଷ ଟଙ୍କା ଆକଳନ କରାଯାଇଛି।ସେହିପରି ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାରେ ଏକ ଫ୍ଲାଟ ରହିଛି ଯାହାର ବଜାର ମୂଲ୍ୟ ୫୦ଲକ୍ଷ ଟଙ୍କା ଆକଳନ କରାଯାଇଛି। ଶ୍ରୀ ନାୟକଙ୍କର ଦୁଇଟି ଚାରି ଚକିଆ ଓ େଗାଟିଏ ଦୁଇ ଚକିଆ ଯାନ ଠାବ େହାଇଥିଲା ବେଳେ ବିଭିନ୍ନ ବ୍ୟାଙ୍କ, ଘରୋଇ ଆର୍ଥିକ ସଂସ୍ଥାରେ ନିବେଶ, ସୁନା ଓ ରୂପା ଗହଣା ଠାବହୋଇଛି। ବର୍ତ୍ତମାନ ସୁଦ୍ଧା ଠାବ େହାଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories