ରେଞ୍ଜରଙ୍କ ବାସଭବନରେ  ଭିଜିଲାନ୍ସ ଚଢ଼ାଉ

ଆଠଗଡ : ଢେଙ୍କାନାଳ ସଦର ବନାଞ୍ଚଳ ଅଧିକାରୀ ବିଭୁଦାନନ୍ଦ ମିଶ୍ରଙ୍କର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଚଢାଉ ହୋଇଛି । ଢେଙ୍କାନାଳ କାର୍ଯ୍ୟାଳୟ, ବାସଭବନ, ଆଠଗଡର ଥିବା ପୈତୃକ ବାସଭବନ, ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାହାଙ୍ଗୁଳଠାରେ ଥିବା ୫ଏକର ବିଶିଷ୍ଟ ଫାର୍ମ ହାଉସ ସମେତ ମୋଟ ୮ଟି ସ୍ଥାନରେ ଏକ ସଙ୍ଗରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଶ୍ରୀ ମିଶ୍ରଙ୍କ ଆଠଗଡ ସହରର ବୀରକିଶୋରପୁରସ୍ଥିତ ପୈତୃକ ବାସଭବନରେ ଗୁରୁବାର ସକାଳୁ ଜଣେ ନିରୀକ୍ଷକଙ୍କ ନେତୃତ୍ବରେ ଭିଜିଲାନ୍ସର ଗୋଟିଏ ଦଳ ଚଢାଉ କରି ଦୀର୍ଘ ସମୟ ଯାଞ୍ଚ କରିଥିଲେ । ତେବେ ଆଠଗଡ ବାସଭବନରୁ କଣ କିଛି ତଥ୍ୟ ବା ସମ୍ପତ୍ତି ଠାବ କରାଯାଇଛି ସେ ବିଷୟରେ ଭିଜିଲାନ୍ସ ଟିମ୍ କୌଣସି ତଥ୍ୟ ଦେବାକୁ ଅନିଛା ପ୍ରକାଶ କରିଥିଲେ ।

 

Comments are closed.