www.samajalive.in
Sunday, December 14, 2025
19.1 C
Bhubaneswar

ଭିଜିଲାନ୍ସ ଜାଲରେ କୋଟିପତି ଯୋଗାଣ ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବରର କୋଟିପତି ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ। ତାଙ୍କର ଚାରିଟା ବିଳାସପୂର୍ଣ୍ଣ କୋଠା, ପାଞ୍ଚଟି ଦାମୀ ପ୍ଲଟ, ସୁନା ଅଳଙ୍କାର ଓ ବ୍ୟାଙ୍କ ଏବଂ ବୀମା ଜମା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶ୍ରୀ ଗନ୍ତାୟତଙ୍କ କାର୍ଯ୍ୟାଳୟ, ବାସଭବନ ଓ ଗଞ୍ଜାମସ୍ଥିତ ପୈତୃକ ସମ୍ପତ୍ତି ସମେତ ଏକସଙ୍ଗେ ୮ଟି ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଯୋଗାଣ ଅଧିକାରୀଙ୍କ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। ଏବେସୁଦ୍ଧା ଚଢ଼ଉ ଜାରି ରହିଛି। ଚଢ଼ଉ ସରିବା ପରେ ସମ୍ପତ୍ତିର ସଠିକ ପରିମାଣ ଜଣାପଡ଼ିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଶ୍ରୀ ଗନ୍ତାୟତଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଥିଲା। ଅଦାଲତଙ୍କ ଅନୁମତି ପାଇବା ପରେ ତାଙ୍କ ବାସଭବନ, ପୈତୃକ ସମ୍ପତ୍ତି ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ନଗଦ ୧ ଲକ୍ଷ ୨୧ ହଜାର ୯୬୦, ୫୩୬ ଗ୍ରାମ ଓଜନର ସୁନା ଅଳଙ୍କାର, ଗୋଟିଏ କାର୍‌, ୨ଟି ମୋଟରସାଇକଲ, ୧ କୋଟି ୪୮ ଲକ୍ଷର ବ୍ୟାଙ୍କ୍‌ ଓ ବୀମା ଜମା, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଦୁଇ ମହଲା କୋଠା, ବଡ଼ଗଡ଼ କେନାଲ୍ ରୋଡରେ ଥିବା ଏକ ଆପାର୍ଟମେଣ୍ଟ(ନୀଳାଚଳ ସିଟି), ବ୍ରହ୍ମପୁରର ଭବାନୀପୁରରେ ଏକ ଆପାର୍ଟମେଣ୍ଟ (ନୀଳାଚଳ ହାଇଟ୍ସ), ଭୁବନେଶ୍ୱରର ମୁଖ୍ୟ ଜାଗାରେ ତିନୋଟି ପ୍ଲଟକୁ ମିଶାଇ ୫ଟି ଜମି ଠାବ ହୋଇଛି। ଯୋଗାଣ ଅଧିକାରୀ ଶ୍ରୀ ଗନ୍ତାୟତଙ୍କ ସମ୍ପତ୍ତି ସାଧାରଣ ଲୋକଙ୍କୁ ଚକିତ କରିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories