www.samajalive.in
Friday, December 5, 2025
17.1 C
Bhubaneswar

କୋଟିପତି ଜଙ୍ଗଲବାବୁ ଗିରଫ; ଘରେ କରିଥିଲେ ଟଙ୍କାର ପାହାଡ

ଭୁବନେଶ୍ୱର : ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଜଙ୍ଗଲବାବୁ ଗିରଫ ହୋଇଛନ୍ତି । ରାମଚନ୍ଦ୍ର ନେପାକଙ୍କୁ ଶନିବାର ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ରେଞ୍ଜର ବାବୁଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯିବା ସହ ତାଙ୍କ ଘରୁ ପ୍ରାୟ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ କେଜି ସୁନା ଜବତ ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୩୩ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି । ଭିଜିଲାନ୍ସ ଟିମ୍‌ ଅଧିକରୁ ଅଧିକ ତଦନ୍ତ କରିବା ସହ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ୧୯୮୯ରୁ ରାମଚନ୍ଦ୍ର ନେପାକ କୋରାପୁଟ ରେଞ୍ଜ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଅଧିନରେ ଗ୍ରାମ୍ୟ ବନ କର୍ମଚାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଆଞ୍ଚଳିକ ବନ ବିଭାଗ ସହ ମିଶ୍ରଣ ହେବା ଦ୍ୱାରା ସେ ଜୟପୁର ବନ ବିଭାଗରେ ନିଯୁକ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ପଦୋନ୍ନତି ହୋଇ ବର୍ତ୍ତମାନ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ମାସିକ ଦରମା ୬୯ହଜାର ୬୮୦ଟଙ୍କା ବୋଲି ଜଣାପଡିଛି । ତେବେ ଏତିକି ଦରମାରେ ଜଣେ ଅଧିକାରୀ ଏତେ ସମ୍ପତ୍ତି ଓ ସୁନା, ଏବଂ ଘରେ ନଗଦ ଏତେ ଟଙ୍କା କିପରି ରଖିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories