www.samajalive.in
Saturday, December 6, 2025
17.1 C
Bhubaneswar

କାରଗିଲ୍‍ ବିଜୟ ଦିବସ; ଜାଣନ୍ତୁ ‘ଅପରେସନ ସଫେଦ୍‍ ସାଗର’ କିପରି କରିଥିଲା ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ବାଲାକୋଟ ଏୟାର ଷ୍ଟ୍ରାଇକ୍‍, ଅପରେସନ ପରାକ୍ରମ ଏବଂ ଅପେରସନ ସିନ୍ଦୂର ବିଷୟରେ ଆପଣମାନେ ଜାଣିଥିବେ । ୧୯୯୯ରେ କାରଗିଲ୍‍ ବିଜୟ ଉତ୍ସବକୁ ମନେ ପକାଇ ଆଜିର ଦିନରେ ସାରା ଦେଶରେ ଉତ୍ସବର ମାହୋଲ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି କାରଗିଲ୍‍ ଯୁଦ୍ଧ ସମୟରେ ଏକ ଏୟାର ଷ୍ଟ୍ରାଇକ୍‍ ଅପରେସନ ମଧ୍ୟ କରାଯାଇଥିଲା । ଯାହାକି ଅପରେସନ ବିଜୟକୁ ସଫଳ କରିବାରେ ଏକ ବଡ ଭୂମିକା ଗ୍ରହଣ କରିଥିଲା? ଏହି ଅପରେସନର ନାମ ଥିଲା ‘ଅପରେସନ ସଫେଦ୍‍ ସାଗର’ । ଚାଲନ୍ତୁ ଜାଣିବା. . .
୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ ଏଭଳି ଏକ ଐତିହାସିକ ଯୁଦ୍ଧ ଥିଲା ଯେ  ଭାରତର ପ୍ରତ୍ୟେକ ବ୍ୟକ୍ତି, ଯୁବପୀଢି ଏହା ବିଷୟରେ ଗର୍ବର ସହିତ ଆଲୋଚନା କରିଥାନ୍ତି । ଏହି ଯୁଦ୍ଧ ମେ ୩ ୧୯୯୯ରେ ଆରମ୍ଭ ହୋଇଥିଲା ଏବଂ ୨୬ଜୁଲାଇରେ ଟାଇଗର ହିଲ୍‍ ଓ ତୋଲୋଲିଙ୍ଗ ହିଲରେ କବଜା କରି ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ସହିତ ଶେଷ ହୋଇଥିଲା ।  ପାକିସ୍ତାନ ସହିତ ଏହି ଯୁଦ୍ଧ ପ୍ରାୟ ୬୦ଦିନ ଧରି ଚାଲିଥିଲା । ବୀର ଯବାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ପ୍ରତିବର୍ଷ ଜୁଲାଇ ୨୬ତାରିଖରେ କାରର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ଏହି ବର୍ଷ କାର୍ଗିଲ ବିଜୟ ଦିବସର ୨୬ତମ ବାର୍ଷିକୀ ପାଳନ ହେଉଛି ।  ତେବେ ଏହି ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଅପରେସନ ସଫେଦ୍‍ ସାଗର । ଯାହା ସାହାଯ୍ୟରେ ଭାରତୀୟ ବାୟୁସେନା ସୀମାକୁ ସୁରକ୍ଷିତ କରିଥିଲା । ଏହି ଅପେରସନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାକିସ୍ତାନୀ ସେନାକୁ ଅନିୟନ୍ତ୍ରିତ ଭାବରେ ଜମ୍ମୁ-କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ ଏବଂ କବଜା କରିବାରୁ ଅଟକାଇବା । ଏହି ଅପରେସନ ପାଇଁ ଭାରତୀୟ ବାୟୁସେନାକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । କାରଣ ଏଥିପାଇଁ ଭାରତୀୟ ବାୟୁସେନାକୁ ଏଲଓସି ପାର କରିବାକୁ ଅନୁମତି ଦିଆଯାଇନଥିଲା । ଅପରେସନ ସଫେଦ୍‍ ସାଗର ହେଉଛି ଏହି ଯୁଦ୍ଧର ଆକାଶଗାନ, ଯେଉଁଠାରେ ସେନା ଭୂମିରେ ରହି ଦେଶକୁ ସୁରକ୍ଷା ଦେଉଥିଲା, ଯେତେବେଳେ ବାୟୁସେନା ଆକାଶରେ ବସି ନିଜର ସୁରକ୍ଷା ଚାଦର ବିସ୍ତାର କରିଥିଲା । ଏହି ଅପରେସନ ପାଇଁ ବାୟୁସେନାକୁ ୨୫ମେ ରେ ହିଁ ନିୟୋଜିତ କରାଯାଇଥିଲା ।
ଅପରେସନ ସଫେଦ୍‍ ସାଗର ସାହାଯ୍ୟରେ ସେନା ସ୍ଥଳ ଯୁଦ୍ଧ ଲଢିବା ସମୟରେ ସେନା କର୍ମଚାରୀମାନଙ୍କୁ କଭର ଫାୟାର ଯୋଗାଇ ଦେଇଥିଲା । ଏହାର ସାହାଯ୍ୟରେ ଶତ୍ରୁଙ୍କ ଆଡ୍ଡାଗୁଡିକୁ ଚିହ୍ନଟ କରି ବିମାନ ଆକ୍ରମଣ ମାଧ୍ୟମରେ ଧ୍ୱଂସ କରାଯାଇଥିôଲା । ଶତ୍ରୁର ଯୋଗାଯୋଗ ନେଟୱାର୍କକୁ ଦୁର୍ବଳ ଏବଂ ନଷ୍ଟ କରିବା ମଧ୍ୟ ଏହି ଅପରେସନ୍‍ ର ଏକ ପ୍ରମୁଖ  କାର୍ଯ୍ୟ ଥିଲା । ଏହି ଅପରେସନ ଦ୍ୱାରା ଭାରତୀୟ ବାୟୁସେନାକୁ କାରଗିଲ୍‍, ଦ୍ରାସ ଏବଂ ବାଟାଲିକ୍‍ ସେକ୍ଟରରେ ୧୪,୦୦୦ରୁ ୧୮,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ପୋଷ୍ଟ, ବଙ୍କର ଏବଂ ଆଡ୍ଡାଗୁଡିକୁ ଧ୍ୱଂସ କରାଯାଇଥିଲା । ଏହି ଘାଟିଗୁଡିକରେ ସଠିକ୍‍ ଲକ୍ଷ୍ୟ ନେଇ ବାୟୁସେନା ଆକ୍ରମଣ କରିଥିଲା । ଯାହାକି କାରଗିଲ ଯୁଦ୍ଧରେ ଏକ ବଡ ସଫଳତା ଆଣି ଦେଇଥିଲା ।
ଅପରେସନ ସଫେଦ୍‍ ସାଗର ୪୦ଦିନ ଧରି ଚାଲିଥିଲା । ଯେଉଁଥିରେ ୫୦୦୦ରୁ ଅଧିକ ବିମାନ ଉଡାଣ କରିଥିଲା । ଏଥିରେ ମିରାଜ-୨୦୦୦ ଏକ ଟନରୁ ଅଧିକ ବୋମା ଭର୍ଷଣ କରିଥିଲା ।  ଏହି ଅପରେସନରେ ବାୟୁସେନା ଗୋଟିଏ ଏମ୍‍ଆଇଜି-୨୧ ଏବଂ ଗୋଟିଏ  ଏମଆଇଜି-୨୭ ବିମାନ ହରାଇବା ସହ ଜଣେ ପାଇଲଟ୍‍ ସହିଦ ହୋଇଥିଲେ । ଦୁଇ ମାସର ରକ୍ତାକ୍ତ ସଂଘର୍ଷ ୫୨୭ଯବାନଙ୍କ ବଳିଦାନ ଆଉ ଭାରତୀୟ ସେନାଙ୍କ ମୁହଁତୋଡ ଜବାବ ପରେ ପଛକୁ ହଟିଥିଲା ପାକିସ୍ତାନ ସେନା । ଏହାପରେ ଟାଇଗର ହିଲରେ ବିଜୟ ପତାକା ଉଡାଇଥିଲେ ଭାରତର ବୀର ଯବାନ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories