ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଅବକାରୀ ଏଏସଆଇ। ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅବକାରୀ ଏଏସଆଇ ସୁଦୀପ୍ତ ଦାଶଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ତାଙ୍କର ନୟାଗଡ ଘର, ବାଲୁଗାଁ ଭଡା ଘର ଓ କାର୍ଯ୍ୟାଳୟ ସମେତ ମୋଟ୍ ୪ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି। ଏହି ଚଢାଉରେ ୪ ଜଣ ଡିଏସପି, ୬ଜଣ ଇନ୍ସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



