www.samajalive.in
Monday, December 15, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କା ସହ ଧରାପଡିଲେ ବିଡିଓ

ଧର୍ମଗଡ : ୭ ଲକ୍ଷ ଟଙ୍କା ସହ ଧରାପଡିଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ବିଡ଼ିଓ ଶ୍ରୀମତୀ କାର୍ତ୍ତିକ ଭବାନୀପାଟଣାରୁ ଗୋଲାମୁଣ୍ଡା ଫେରୁଥିବା ବେଳେ ଜାରିଂ ଛକ ନିକଟରେ ଜୟପୁର ଭିଜିଲାନ୍ସ  ଅତିରିକ୍ତ ଏସପି ଅରୁଣ ନାଏକଙ୍କ ନେତୃତ୍ୱରେ ଜୟପୁର ଏବଂ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ତାଙ୍କ ଗାଡିକୁ ଅଟକାଇଥିଲେ। ଗାଡି ତନଖିବେଲେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିବା ଜଣା ପଡିଛି। କେଉଁ ସୂତ୍ରରୁ ଟଙ୍କା ଆଣିଛନ୍ତି ସେନେଇ ବିଡ଼ିଓ ସ୍ପଷ୍ଟ କରିପାରୁନଥିବା ସୂଚନା ମିଳିଛି।

ତାଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ଥିଲା। କସାଗୁମୁଡ଼ା ବ୍ଲକରେ ଅର୍ଥ ଆତ୍ମସାତ ଅଭିଯୋଗରେ ସେ ନିଲମ୍ବିତ ହେଇଥିବା କୁହାଯାଉଛି। ସେହିଭଳି ତେନ୍ତୁଳିଖୁଣ୍ଟି ବିଡ଼ିଓ ଏବଂ ଗୁଣୁପୁର ତହସିଲଦାର ଥିବାବେଳେ ମଧ୍ୟ ତାଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ହେଇଥିଲା। ତେବେ ଗୋଲାମୁଣ୍ଡା ବିଡ଼ିଓଙ୍କୁ ଏତେ ଟଙ୍କା ସହିତ ଭିଜିଲାନ୍ସ ଧରିବା ଘଟଣା ଅଧିକାରୀ ମହଲରେ ଆଲୋଡନ ସୃଷ୍ଟି କରିଛି।

- Advertisement -

 

ଏହି ଉପଭୋକ୍ତାଙ୍କୁ ମାଗଣା ଡାଟା ଓ ଅସୀମିତ କଲିଂ ସୁବିଧା ଯୋଗାଇବ ଏୟାରଟେଲ

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories