www.samajalive.in
Saturday, December 6, 2025
14.1 C
Bhubaneswar

ଏହି ଉପଭୋକ୍ତାଙ୍କୁ ମାଗଣା ଡାଟା ଓ ଅସୀମିତ କଲିଂ ସୁବିଧା ଯୋଗାଇବ ଏୟାରଟେଲ

ସମାଜ ଡିଜିଟାଲ ଡେସ୍କ: ଏୟାରଟେଲ ପକ୍ଷରୁ ସମୟ ସମୟରେ ନୂଆ ଅଫର ଦିଆଯାଇଥାଏ। କିନ୍ତୁ ଏବେ କମ୍ପାନୀ ମାଗଣା ଡାଟା ଏବଂ ଅସୀମିତ କଲିଂ ପ୍ରଦାନ କରୁଛି। ତେବେ ଏହା ସମସ୍ତଙ୍କୁ ମିଳିବ ନାହିଁ, ବରଂ ଗୋଟିଏ ନିର୍ଦ୍ଦିଷ୍ଟ ସହରରେ ରହୁଥିବା ଲୋକମାନଙ୍କୁ ହିଁ ମିଳିବ। ଆସନ୍ତୁ ଜାଣିବା ସେ ବିଷୟରେ –

କିଏ ପାଇବେ ଡାଟା ?

- Advertisement -

କେରଳର ୱାୟନାଡରେ ଗତ କିଛି ଦିନ ହେବ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ବର୍ଷା, ପବନ ଓ ଭୂସ୍ଖଳନ କାରଣରୁ ସବୁକିଛି ଠପ୍ ହୋଇଯାଇଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଠାରେ ସମସ୍ତେ ରିଲିଫ୍ ସାମଗ୍ରୀ ବଣ୍ଟନ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷରୁ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ଏଣ୍ଟ୍ରି କରିଛି ଏୟାରଟେଲ୍ ଏବଂ ତିନି ଦିନ ପାଇଁ ମାଗଣା କଲିଂ ଏବଂ ଡାଟା ପ୍ରଦାନ କରିବାକୁ ଘୋଷଣା କରିଛି କମ୍ପାନୀ।

ପ୍ରିପେଡ୍ ୟୁଜରଙ୍କୁ ଦୈନିକ ୧ ଜିବି ଡାଟା ଦିଆଯିବ। ଏଥିସହ ଅସୀମିତ କଲିଂ ଏବଂ ଦୈନିକ ୧୦୦ ଏସଏମଏସ ସୁବିଧା ମଧ୍ୟ ଉପଲବ୍ଧ ହେବ। ଏହି ସମସ୍ତ ସେବା ୩ ଦିନ ପାଇଁ ପ୍ରଦାନ କରାଯାଉଛି। ଏହା ବ୍ୟତୀତ ପୋଷ୍ଟପେଡ୍ ୟୁଜରଙ୍କୁ ଅଲଗା ଡାଟା ମିଳୁଛି। ଏୟାରଟେଲ ପକ୍ଷରୁ ପୋଷ୍ଟପେଡ୍ ୟୁଜରଙ୍କୁ ମଧ୍ୟ ଆଶ୍ଵସ୍ତି ପ୍ରଦାନ କରାଯାଇଛି ଏବଂ ବିଲ୍ ପେମେଣ୍ଟ ତାରିଖ ୩୦ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହା ଉପଭୋକ୍ତାଙ୍କୁ ବେଶ୍‌ ଆଶ୍ଵସ୍ତି ଦେଇଛି। କମ୍ପାନୀ ପକ୍ଷରୁ ୫୨ଟି ଷ୍ଟୋରକୁ ମଧ୍ୟ ରିଲିଫ୍ କ୍ୟାମ୍ପରେ ପରିଣତ କରାଯାଇଛି। ଏଠାରେ ଲୋକଙ୍କୁ ସାହାଯ୍ୟ କରାଯାଉଛି। ଏଥିସହ ଅନେକ ଜରୁରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories