ବଜାରକୁ ଆସିବ ନୂଆ ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ କଲେ ଯିବ ୭୦୦ କି.ମି.
ନୂଆଦିଲ୍ଲୀ : ଚାଇନାର ଟେଲିକମ୍ କମ୍ପାନୀ Huawei ଏବେ ଇଲେକ୍ଟ୍ରିକ୍ କାର୍ କ୍ଷେତ୍ରରେ ମଧ୍ୟ ନିଜ ଦବଦବା ଆରମ୍ଭ କରୁଛି । କମ୍ପାନୀ ଚାଇନାର ଗାଡି ନିର୍ମାତା କମ୍ପାନୀ ଚନଗନ୍ ଅଟୋ ଓ ସିଏଟିଏଲ୍ ସହ ମିଶି ଏକ ନୂଆ କାର୍ ବ୍ରାଣ୍ଡ୍ ଅବତାର୍ ନିର୍ମାଣ କରିଛି ।
ଏଥିପାଇଁ ପ୍ରସ୍ତୁତ କମ୍ପାନୀ ଅବତାର ପ୍ରଯୁକ୍ତିବିଦ୍ୟା ନିଜ ପ୍ରଥମ ଇଲେକ୍ଟ୍ରିକ୍ କାର ଅବତାର ୧୨ରୁ ମଧ୍ୟ ପରଦା ଉଠାଇଛି । ଏହି କାରର ଖାସ୍ ଫିଚର ହେଉଛି ଥରେ ଚାର୍ଜ କଲେ ଏହା ୭୦୦ କି.ମି ଯାତ୍ରା କରିପାରିବ । ଆକାରରେ ଏହା ଏକ ବଡ ସେଡାନ୍ । ଏହାର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ୫୦୨୦ ଏମଏମ୍, ୧୯୯୯ ଏମଏମ୍ ଏବଂ ୧୪୬୦ ଏମଏମ୍ । ଗାଡିର ହ୍ବିଲବେସ୍ ୨୦୩୦ ଏମଏମ୍ ।
ଗାଡି ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିବା ପାଇଁ ମାତ୍ର ୬.୭ ସେକେଣ୍ଡ ସମୟ ନେଇଥାଏ । ତେବେ ଡୁଆଲ ମୋଟରରେ ଏହା ମାତ୍ର ୩.୯ ସେକେଣ୍ଡ ସମୟ ନେଇଥାଏ । ତେବେ ଏହା ଭାରତରେ କେବେ ଲଞ୍ଚ୍ ହେବ ସେନେଇ କୌଣସି ସୂଚନା ମିଳିପାରିନି । ଗାଡିର ଦାମ୍ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନି ।
ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧କୁ ହ୍ରାସ କରିବାକୁ ରାଜ୍ୟସଭାରେ ଦାବି କଲେ ଆପ ସାଂସଦ
Comments are closed.