www.samajalive.in
Sunday, December 14, 2025
17.1 C
Bhubaneswar

ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ଉ; କୋଟିଏରୁ ଊର୍ଦ୍ଧ୍ବ ସମ୍ପତ୍ତି ଆକଳନ

ଅନୁଗୋଳ(ସହର)/ଆଠମଲ୍ଲିକ : ଅନୁଗୋଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠକିରାଣୀ ଭାବେ କାର୍ଯ୍ୟରତ ରୋହିତାଶ୍ୱ ବାଘଙ୍କ ସରକାରୀ ବାସଭବନ ସମେତ ୭ଟି ଜାଗାରେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ମଙ୍ଗଳବାର ଚଢ଼ଉ କରାଯାଇଛି l କେନ୍ଦ୍ରାପଡ଼ା ଭିଜିଲାନ୍ସ ୟୁନିଟ ଡିଏସ୍‌ପି ସୁରେନ୍ଦ୍ର ରାୟଗୁରୁଙ୍କ ନେତୃତ୍ବରେ ଆଜି ଅନୁଗୋଳସ୍ଥିତ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଗୃହ, ଆଠମଲ୍ଲିକ ବରଗାଁ ସ୍ଥିତ ପୈତୃକ ଗୃହ, ନିଜ ନାମରେ ଜାଗା ଓ ନୁଆସାହିସ୍ଥିତ ବାସଗୃହ, ନିଜନାମରେ ଥିବା ଜାଗାରେ ସାନଭାଇ ସଂଜୀବ କୁମାର ବାଘ ଚଳାଉଥିବା କୁକୁଡ଼ାଫାର୍ମ, ବୌଦ୍ଧଠାରେ ତାଙ୍କ ଶାଳକ ଚଳାଉଥିବା ପାନୀୟ ଜଳ କାରଖାନାରେ ମିଳିତ ଭାବେ ଚଢ଼ଉ କରାଯାଇଥିଲା l ଏହି ଚଢ଼ଉ ସମୟରେ ଅନୁଗୋଳରେ ଭିଜିଲାନ୍ସ ଇନିସପେକ୍ଟର ପ୍ରଦୀପ ସାମଲଙ୍କ ଟିମ୍‌ ମଧ୍ୟ ସାମିଲ ହୋଇଥିଲା। ଭିଜିଲାନ୍ସ ବିଭାଗ ଯାଜପୁର ଇନ୍ସପେକ୍ଟର ଅନୁସୂୟା ନାୟକ, କଟକ ଡିଭିଜନର ତିନିଜଣ ଇନ୍ସପେକ୍ଟର ଅନୁଗୋଳସ୍ଥ ବାସଭବନରେ ଯାଞ୍ଚ ସମୟରେ ସେ କିଣିଥିବା ୩୬ଲକ୍ଷଟଙ୍କର ମୂଲ୍ୟ ଜମିର କାଗଜପତ୍ର ସହ ନଗଦ ୭ହଜାର ଟଙ୍କା ପାଇଥିଲେ। ଆଠମଲ୍ଲିକଠାରେ ଇନିସପେକ୍ଟର ଜ୍ୟୋତିଶଙ୍କର ସାହୁ , ଇନିସପେକ୍ଟର ସୁରେଶ କୁମାର କହଁର, ଇନିସପେକ୍ଟର ବିଜୟ କୁମାର ସେଠୀ ଓ ଇନିସପେକ୍ଟର ବିଜୟ କୁମାର ଓରାମ ବୌଦ୍ଧ ଠାରେ ଚଢ଼ାଉ କରିଥିଲେ। ଆଠମଲ୍ଲିକ ନୁଆଁସାହିସ୍ଥିତ ରୋହିତାଶ୍ୱ ନିଜନାମରେ ଥିବା ଜାଗା ଓ ନିର୍ମିତ ହୋଇଥିବା ଗୃହର ମୂଲ୍ୟ ୫୬ଲକ୍ଷ ମୂଲ୍ୟ ଆକଳନ କରାଯାଇଥିବା ଜଣାଯାଇଛି । ଭିଜିଲାନ୍ସ ଟିମରେ ଆସିଥିବା ଅନୁଗୋଳ ପୂର୍ତ୍ତବିଭାଗ କନିଷ୍ଠଯନ୍ତ୍ରୀ ଧନେଶ୍ୱର ମହାପାତ୍ର ଗୃହଟିର ଆକଳନ କରିଥିଲେ l ସେହିଜାଗାରେ ୩ଲକ୍ଷ ଟଙ୍କା ମୂଲ୍ୟର ଏକ ପାନୀୟ ପ୍ରକଳ୍ପ ରହିଛି l ଆଠମଲ୍ଲିକ ଏନଏସି ଟାଙ୍ଗିଆନିଶାଠାରେ ପାଞ୍ଚଲକ୍ଷ ଟଙ୍କା ର ଘର ରହିଛି ଓ ସେଠାରେ କୁକୁଡ଼ାଫାର୍ମ ହୋଇଛି l ବୌଦ୍ଧଠାରେ ଦେଢ଼ଲକ୍ଷ ଟଙ୍କା ର ଘର ଓ ୩ଲକ୍ଷ ଟଙ୍କା ମୂଲ୍ୟର ପାନୀୟ ପ୍ରକଳ୍ପ ରହିଛି l ଆଠମଲ୍ଲିକ ଷ୍ଟେଟବ୍ୟାଙ୍କ ଲକରରେ ୬୬ଗ୍ରାମ ସୁନା ଥିବାବେଳେ ଏକାଉଣ୍ଟ ରେ ଦେଢ଼ଲକ୍ଷ ଟଙ୍କା ରହିଛି l ଏହି ଚଢ଼ାଉ ୭ଟି ଜାଗାରେ ଚାଲିଥିବାବେଳେ ସମୁଦାୟ ୫୦ଜଣ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ଥିବା ଜଣାଯାଇଛି l ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ବହୁ ଜମି କାଗଜପତ୍ର ଲାଗିଥିବାବେଳେ ଆୟବହିର୍ଭୁତ ସମ୍ପତ୍ତିର କୋଟିଏରୁ ଉର୍ଦ୍ଧ ହେବବୋଲି ପ୍ରାଥମିକ ଆକଳନରୁ ଜଣାଯାଇଛି l ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ଅନୁଗୋଳ ବାସଭବନରେ ଭିିଜିଲାନ୍ସ ଟିମ୍‌ ତଦନ୍ତ ଜାରି ରଖିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories