www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିରାଟଙ୍କ ଶତକ ପରେ ପାକିସ୍ତାନରେ ବି ଉତ୍ସବ ପାଳନ

ନୂଆଦିଲ୍ଲୀ : ଦୁବାଇରେ ପାକିସ୍ତାନ ସହ ଟିମ୍‌ ଇଣ୍ଡିଆର ହୋଇଥିବା ମ୍ୟାଚ୍‌ରେ ଭାରତର ଦମ୍‌ଦାର୍‌ ବିଜୟ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟିଂରେ ସଭିଏଁ ଝୁମି ଉଠିଛନ୍ତି। ଚମ୍ପିଆନ ଟ୍ରଫି ୨୦୨୫ରେ ଟିମ୍‌ ଇଣ୍ଡିଆର ପାକିସ୍ତାନ ସହ ମ୍ୟାଚ୍‌ରେ ବିରାଟ୍‌ କୋହଲି ଶତକ ରନ୍‌ ହାସଲ କରି କୋଟି କୋଟି ଦର୍ଶକଙ୍କ ମନରେ ରାଜ୍‌ କରିଛନ୍ତି। ଦିନିକିଆ ମ୍ୟାଚ୍‌ରେ କୋହଲିଙ୍କ ଏହା ୫୧ ତମ ଶତକ। କୋହଲି ଚଉକା ମାରି ନିଜର ଶତକ ପୂରଣ କରିବା ସହ ଟିମ୍‌ ଦମ୍‌ଦାର୍‌ ବିଜୟ ହାସଲ କରିଥିଲା। ଏହି ମୁକାବିଲାରେ କୋହଲି ୧୪ ହଜାର ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି।


ବିରାଟଙ୍କ ଲୋକପ୍ରିୟତା ଖାଲି ଦେଶରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ପାକିସ୍ତାନରେ କ୍ରିକେଟ ପ୍ରଶଂସକମାନେ ବିରାଟଙ୍କ ଶତକରେ ଖୁସିରେ ଝୁମି ଉଠିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଇସଲାମାବାଦରେ ମ୍ୟାଚ୍‌ର ଏକ ବିଶେଷ ସ୍କ୍ରିନିଙ୍ଗ୍‌ କରାଯାଇଥିଲା । ସେଥିରେ ଅନେକ ପାକିସ୍ତାନୀ ପ୍ରଶଂସକ କୋହଲିଙ୍କ ଶତକ ପୂରା କରିବା ମାତ୍ରେ ଉତ୍ସବ ପାଳନ କରିଥିବା ଦେଖାଯାଇଛି । ଏମାନଙ୍କ ମଧ୍ୟରେ ଯୁବତୀ ମଧ୍ୟ ସାମିଲ ରହିଛନ୍ତି। ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଖୁବ୍‌ ଖାସ୍‌ ଏବର୍ଷର ଶିବରାତ୍ରୀ: ୧୪୯ ବର୍ଷ ପରେ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ରହିବନି ଚିନ୍ତା ..

- Advertisement -

ଦେଖନ୍ତୁ ଭିଡିଓ ; ନିଶାସକ୍ତ ଅବସ୍ଥାରେ କୁମ୍ଭୀର ଭର୍ତ୍ତି ନଦୀକୁ ଡେଇଁଲେ, ତା’ପରେ..

ଦେଖନ୍ତୁ ଭିଡିଓ ; ବାସ୍‌ ସେହି ମୁହୂର୍ତ୍ତ, ପଡିଆରେ ବିରାଟଙ୍କ ଶତକ ପୂର୍ବରୁ ରୋହିତ ଦେଲେ ଏମିତି ଇସାରା

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories