www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ନିଶାସକ୍ତ ଅବସ୍ଥାରେ କୁମ୍ଭୀର ଭର୍ତ୍ତି ନଦୀକୁ ଡେଇଁଲେ, ତା’ପରେ..

ନୂଆଦିଲ୍ଲୀ : ମେକ୍ସିକୋରୁ ଆଶ୍ଚର୍ଯ୍ୟ କରି ଦେବା ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଜଣେ ବ୍ୟକ୍ତି କୁମ୍ଭୀର ଥିବା ନଦୀକୁ ଡେଇଁ ପଡିଥିଲେ । ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି କୁହାଯାଉଛି । ପାଣିରେ ବେଶ ମଜାରେ ବ୍ୟକ୍ତି ଜଣକ ପହଁରୁଥିଲେ । ମାତ୍ର ତାଙ୍କୁ ଆଦୌ ଜଣାନଥିଲା ସେ କେତେ ବଡ ବିପଦରେ ଫସି ରହିଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ପାଣିରୁ ବାହାରକୁ ତୁରନ୍ତ ପଳାଇ ଆସିବାକୁ ଚିତ୍କାର କରିଥିଲେ । ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା।


ଭିଡିଓରେ ଦେଖିପାରିବେ, ଏକ ବିଶାଳକାୟ କୁମ୍ଭୀର ଉକ୍ତ ବ୍ୟକ୍ତି ଜଣଙ୍କ ଉପରେ ତୁରନ୍ତ ଆକ୍ରମଣ କରିଥିଲା । ବ୍ୟକ୍ତି ଜଣକ ପାଣିରୁ ଆସିବାକୁ ଚେଷ୍ଟା କରିବା ମାତ୍ରେ ହିଁ ଆଖି ପିଛୁଳାକେ କୁମ୍ଭୀର ବ୍ୟକ୍ତିଙ୍କ ଗୋଡକୁ ପାଟିରେ କାମୁଡି ଧରିଥିଲା । ସୌଭାଗ୍ୟବଶତଃ ବ୍ୟକ୍ତି ଜଣକ କୁମ୍ଭୀର ପାଟିରୁ ନିଜ ଜୀବନକୁ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଫଳରେ ଏକ ବଡ ଅଘଟଣ ଟଳି ଯାଇଥିଲା। କୁମ୍ଭୀର ଆକ୍ରମଣରେ ବ୍ୟକ୍ତିଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା କରାଯିବା ପରେ ତାଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଖୁବ୍‌ ଖାସ୍‌ ଏବର୍ଷର ଶିବରାତ୍ରୀ: ୧୪୯ ବର୍ଷ ପରେ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ରହିବନି ଚିନ୍ତା ..

- Advertisement -

ଦେଖନ୍ତୁ ଭିଡିଓ ; ବାସ୍‌ ସେହି ମୁହୂର୍ତ୍ତ, ପଡିଆରେ ବିରାଟଙ୍କ ଶତକ ପୂର୍ବରୁ ରୋହିତ ଦେଲେ ଏମିତି ଇସାରା

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories