www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାସ୍‌ ସେହି ମୁହୂର୍ତ୍ତ, ପଡିଆରେ ବିରାଟଙ୍କ ଶତକ ପୂର୍ବରୁ ରୋହିତ ଦେଲେ ଏମିତି ଇସାରା

ନୂଆଦିଲ୍ଲୀ : ଚମ୍ପିଆନ ଟ୍ରଫି ୨୦୨୫ରେ ଟିମ୍‌ ଇଣ୍ଡିଆର ପାକିସ୍ତାନ ସହ ମ୍ୟାଚ୍‌ରେ ବିରାଟ୍‌ କୋହଲି ଶତକ ରନ୍‌ ହାସଲ କରି କୋଟି କୋଟି ଦର୍ଶକଙ୍କ ମନରେ ରାଜ୍‌ କରିଛନ୍ତି। ଦିନିକିଆ ମ୍ୟାଚ୍‌ରେ କୋହଲିଙ୍କ ଏହା ୫୧ ତମ ଶତକ। କୋହଲି ଚଉକା ମାରି ନିଜର ଶତକ ପୂରଣ କରିବା ସହ ଟିମ୍‌ ଦମ୍‌ଦାର୍‌ ବିଜୟ ହାସଲ କରିଥିଲା। ଏହି ମୁକାବିଲାରେ କୋହଲି ୧୪ ହଜାର ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି


ମ୍ୟାଚ୍‌ରେ କୋହଲିଙ୍କ ଶତକ ହେବାକୁ ୪ ରନ୍‌ ବାକି ଥିବା ବେଳେ ଟିମ୍‌ ଜିତିବା ପାଇଁ ୨ ରନ୍‌ର ଆବଶ୍ୟକତା ଥିଲା । ସେହି ସମୟରେ ଟିମ୍‌ ଅଧିନାୟକ ରୋହିତ୍‌ ଶର୍ମା ବିରାଟ୍‌ଙ୍କୁ କିଛି ସଙ୍କେତ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭିଡିଓରେ ଦେଖିପାରିବେ ଯେତେବେଳେ କୋହଲି ୯୬ ରନ୍‌ ହାସଲ କରି ସାରିଥିଲେ, ସେହି ସମୟରେ ରୋହିତ ବିରାଟଙ୍କୁ ଚଉକା କିମ୍ବା ଛକା ମାରିବା ପାଇଁ ଇସାରା ଦେଇଥିଲେ । ବାସ୍‌ ପରବର୍ତ୍ତି ବଲ୍‌ରେ ବିରାଟ ଚଉକା ମାରି ନିଜର ଶତକ ହାସଲ କରିଥିଲେ । ଏହାପରେ ଟିମ୍‌ ଇଣ୍ଡିଆର ଦମ୍‌ଦାର୍‌ ବିଜୟର ଉତ୍ସବ ପାଳନ କରାଯାଇଥିବା ଦେଖାଯାଇଥିଲା ।

ଖୁବ୍‌ ଖାସ୍‌ ଏବର୍ଷର ଶିବରାତ୍ରୀ: ୧୪୯ ବର୍ଷ ପରେ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ରହିବନି ଚିନ୍ତା ..

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories