www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଏଥିପାଇଁ ହୋଟେଲ ସାମ୍ନାରେ ଦେଖା ଦେଇଥିଲା ବେରୋଜଗାରଙ୍କ ସୁଅ, ଘଟିଥିଲା ଏମିତି କିଛି..

ନୂଆଦିଲ୍ଲୀ : ଗୁଜରାଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି,ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ବେରୋଜଗାର ଯୁବକଙ୍କ ଏଭଳି ଏକ ସୁଅ ଦେଖିବାକୁ ମିଳିଛି,ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି । ଭରୁଚରେ ହେଉଥିବା ଏକ ୱାକ୍‌-ଇନ୍‌-ଇଣ୍ଟରଭ୍ୟୁ ଦେବା ପାଇଁ ଯୁବକମାନେ ପହଞ୍ଚିଥିଲେ। ମାତ୍ର ସେଠାକାର ଯେଉଁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ତାହା ଆଶ୍ଚର୍ଯ୍ୟ କରିବ।

- Advertisement -

ମିଳିଥିବା ସୂଚନାନୁଯାୟୀ, ଏକ କମ୍ପାନୀ ଜିଲାର ଅଙ୍କଲେଶ୍ୱରରେ ଏକ ପ୍ରସିଦ୍ଧ ହୋଟେଲରେ କିଛି ଯୁବକଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକିଥିଲେ । ମାତ୍ର ସେଠାରେ ଅନେକ ସଂଖ୍ୟାରେ ଯୁବକମାନେ ପହଞ୍ଚିଥିଲେ । ଫଳରେ ହୋଟେଲ ବାହାରେ ଯୁବଗୋଷ୍ଠୀଙ୍କ ଭିଡ ଦେଖାଯାଇଥିଲା । ଚାକିରି ପାଇଁ ଆଶାବାଦୀମାନଙ୍କ ମଧ୍ୟରେ ଏକ ପ୍ରକାର ଦୌଡାଦୌଡି ସ୍ଥିତି ସୃଷ୍ଟି ହୋଇଥିଲା । ଭିଡ କାରଣରୁ ସେଠାରେ ଏକ ରେଲିଙ୍ଗ୍ ମଧ୍ୟ ଭାଙ୍ଗି ଯାଇଥିଲା । ଅନେକ ପଡି ଯାଇ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ଗୁଜରାଟର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦ୍ରୁତି ଗତିରେ ଭାଇରାଲ୍ ହେଉଛି ।
ଭିଡିଓରେ ଦେଖିପାରିବେ, ଯୁବକମାନଙ୍କ ଭିଡ ଫାଟକ ମାଧ୍ୟମରେ ହୋଟେଲ ଭିତରକୁ ଯିବାକୁ ଚେଷ୍ଟା କରୁଛନ୍ତି । ଫାଟକ ସାମ୍ନାରେ ଏକ ରେଲିଙ୍ଗ୍ ରହିଛି । ଯାହା ଭିଡ ପାଇଁ ନଇଁ ପଡିଛି । ଭିଡ ପାଇଁ କିଛି ଯୁବକ ତଳକୁ ଖସି ପଡିଛନ୍ତି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ ; ମୃତ୍ୟୁକୁ କେମିତି ଚେତାବନୀ ଦେଉଛନ୍ତି ଯୁବକ..

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories