www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ବି ନୀତିକାନ୍ତିରେ ବିଳମ୍ବ !

ପୁରୀ: ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା ଚାଲିଥିବାବେଳେ ସେଠୁ ବି ଆସୁଛି ନୀତିକାନ୍ତି ବିଳମ୍ବର ଖବର। ଶୁକ୍ରବାର ସକାଳ ଧୂପ ମଧ୍ୟାହ୍ନ ୧୨ଟା ୪୫ରେ ସମ୍ପନ୍ନ ହୋଇଥିବାବେଳେ ଅପରାହ୍ନ ୩ଟା ପରେ ପ୍ରଥମ ଭୋଗ ମଣ୍ଡପ ଶେଷ ହୋଇଛି। ଫଳରେ ମହାପ୍ରସାଦ ବାହାରିବା ବେଳକୁ ଅପରାହ୍ନ ୪ଟା ବାଜି ଯାଇଥିଲା। ସେହିପରି ମଧ୍ୟାହ୍ନ ଧୂପ ଶେଷ ହେବା ବେଳକୁ ରାତି ୮ଟା ୪୦ ହୋଇଯାଇଥିଲା। ଏବଂ ଦ୍ଵିତୀୟ ଭୋଗ ମଣ୍ଡପ ବାହାରିବା ବେଳକୁ ରାତି ୧୦ଟା ପରେ ବାଜିଥିଲା। ଏଭଳି ହେବାରୁ ବରାଦି ଅବଢା ଆଉ ବିକ୍ରି ହୋଇପାରିନଥିଲା। ଫଳରେ ବହୁ ଭୋଗ ରହିଯାଇଥିବା ଅଭିଯୋଗ କରିଛନ୍ତି ସୁଆର ସେବକ। ରାତ୍ର ପହୁଡ, ଦ୍ଵାରଫିଟା ଆଦି ନୀତି ବିଳମ୍ବଠାରୁ ଠାକୁରଙ୍କ ଭୋଗ ବାହାରିବାରେ ବିଳମ୍ବ ଘଟୁଥିବା ଅଭିଯୋଗ ହୋଇଛି। ସେପଟେ ଆଜି ବି ନୀତିକାନ୍ତି ବିଳମ୍ବ ରେ ହୋଇଛି। ମଙ୍ଗଳ ଆଳତିଠାରୁ ଗୋପାଳ ବଲ୍ଲଭ ନୀତି ବିଳମ୍ବରେ ଅନୁଷ୍ଠିତ ହୋଇଛି। ଫଳରେ ଦୂର ଦୂରାନ୍ତରେ ଆସିଥିବା ଶ୍ରଦ୍ଧାଳୁମାନେ ହଇରାଣ ହେଉଛନ୍ତି। ନୀତି ବିଳମ୍ବ ଯୋଗୁଁ ଦର୍ଶନରେ ବିଳମ୍ବ ଘଟିଛି। ଆଉ ଦର୍ଶନ ବିଳମ୍ବ ଯୋଗୁଁ ଭିଡ ମଧ୍ୟ ବଢିଛି। ଏପରିକି ଗୁଣ୍ଡିଚା ମନ୍ଦିର ବାହାରୁ ବଳଗଣ୍ଡି ଛକ ଯାଏଁ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି।  ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଆଜି ମଧ୍ୟ ବିଳମ୍ବରେ ବାହାରିପାରେ ମହାପ୍ରସାଦ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories