ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସମରସତା ଅଭିଯାନ
ସମ୍ବଲପୁର : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସମ୍ବଲପୁର ଠାରେ ସମରସତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶୁକ୍ରବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହିପର କେନ୍ଦ୍ରମନ୍ତ୍ରୀ ଦେବଜୀ ରାଉତ ଯୋଗ ଦେଇ ହିନ୍ଦୁ ସମାଜରେ ଜାତିଆଣ ପ୍ରଥା କିଭଳି ରୂପେ ଶେଷ ହେବ ଏବଂ ସମସ୍ତ ହିନ୍ଦୁ ଏକାଠି ରହିବେ, ସେ ଉପରେ ନିଜସ୍ୱ ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ମନ୍ତ୍ରୀ ଗୌତମ ସରକାର, ପଶ୍ଚିମ ପ୍ରାନ୍ତ ସଭାପତି ଡା. ରାଜକୁମାର ବଡପଣ୍ଡା, ସମ୍ବଲପୁର ଜିଲା ସଭାପତି ସମ୍ପୁର୍ଣ୍ଣା ସାହୁ, ଜିଲା ସମ୍ପାଦକ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ବଜରଙ୍ଗ ଦଳ ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧିର ରଞ୍ଜନ ବହିଦାର, ପ୍ରାନ୍ତ ସହ ସମ୍ପାଦକ ରାଜୀବ ଶତପଥୀ ଏବଂ ପ୍ରାନ୍ତ ପ୍ରଚାର ପ୍ରମୁଖ କ୍ଷିତିଶ ନାୟକ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତ ପୋଷଣ କରିଥିଲେ।
Comments are closed.