www.samajalive.in
Sunday, December 7, 2025
26.1 C
Bhubaneswar

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ; ସମୂହ ଇସ୍ତଫା ଦେବେ

ଭୁବନେଶ୍ୱର: ରାଜ୍ୟର ପ୍ରାଣୀ ଚିକିତ୍ସକମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି ଯେ, ଓଡ଼ିଶା ପରି କୃଷିପ୍ରଧାନ ରାଜ୍ୟରେ ପ୍ରାଣୀପାଳନ ଗ୍ରାମ୍ୟ ଅର୍ଥନୀତିର ଅନ୍ୟତମ ପ୍ରମୁଖ ଅଂଶୀଦାରର ଭୂମିକା ନିର୍ବାହ କରୁଛି। ମୁଖ୍ୟତଃ ଆତ୍ମନିଯୁକ୍ତି, ମହିଳା ସଶକ୍ତିକରଣ, ଅପପୁଷ୍ଟି ନିବାରଣ ଇତ୍ୟାଦିରେ ଏହି କ୍ଷେତ୍ରର ପ୍ରଭୂତ ଅବଦାନ ରହିଛି। ପ୍ରାଣୀଚିକିତ୍ସକମାନେ ମୁକ, ନିରୀହ ପଶୁପକ୍ଷୀଙ୍କ ସେବା ଓ ଚିକିତ୍ସା କରିବା ସହିତ ଗରିବ ଶ୍ରେଣୀର ଚାଷୀମାନଙ୍କ ପାଇଁ ଜୀବିକା ସୃଷ୍ଟି, ଜନସ୍ୱାସ୍ଥ୍ୟ, ଉତ୍କୃଷ୍ଟ ମାନର ପୁଷ୍ଟିସାରଯୁକ୍ତ ଖାଦ୍ୟ ଉତ୍ପାଦନ ଦ୍ୱାରା ଅପପୁଷ୍ଟି ନିବାରଣ ଇତ୍ୟାଦି ଦିଗରେ ସର୍ବଦା ଚେଷ୍ଟାରତ। ବାର୍ଷିକ ଶତକଡା ୧ ପ୍ରତିଶତରୁ କମ୍‍ ବଜେଟ ଅନୁଦାନ ସତ୍ତେ୍ୱ ସେମାନଙ୍କ ନିଷ୍ଠାପର ଓ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ରାଜ୍ୟ ଅର୍ଥନୀତିରେ ଏହି କ୍ଷେତ୍ରରେ ବାର୍ଷିକ ପାଖାପାଖି ଶତକଡା ୪ ପ୍ରତିଶତ ଅବଦାନ ରହିଆସିଛି। ବିଗତ ୨୦ ବର୍ଷ ମଧ୍ୟରେ ମାନବ ସମ୍ବଳ ୩୦ ପ୍ରତିଶତକୁ ହ୍ରାସ ପାଇଥିଲେ ହେଁ ବିଭାଗୀୟ କାର୍ଯ୍ୟ ୩୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ସଂପ୍ରତି କରୋନା ମହାମାରୀ ସମୟରେ ଲକ୍‍ଡାଉନ ଓ ସଟ୍‍ଡାଉନ ସମୟରେ ମଧ୍ୟ ନିଜର ଓ ନିଜ ପରିବାରର ଜୀବନକୁ ବାଜି ଲଗାଇ ୨୪ ଘଣ୍ଟା ସେବା ଯୋଗାଇ ଆସିଛନ୍ତି।
ତେବେ ପ୍ରାଣୀଚିକିତ୍ସକମାନଙ୍କ ଏପରି କର୍ତ୍ତ୍ୟବନିଷ୍ଠା ସତ୍ତେ୍ୱ ସେମାନଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରିବା ପରିତାପର ବିଷୟ। ସରକାର ଦୀର୍ଘ ୧୫ ବର୍ଷ ହେବ ସେମାନଙ୍କୁ ସାମାଜିକ ସମ୍ମାନରୁ ବଞ୍ଚିତ କରିଛନ୍ତି। ପ୍ରାଣୀ ଚିକିତ୍ସକମାନେ ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ପ୍ରାଣୀଚିକିତ୍ସକମାନେ ବାରମ୍ବାର ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ଓଡ଼ିଶା ସରକାର ଭିତ୍ତିହୀନ କାରଣମାନ ଦର୍ଶାଇ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ଦୀର୍ଘ ଅପେକ୍ଷା କରିବା ପରେ ଓଡ଼ିଶାର ପ୍ରାଣୀଚିକିତ୍ସକମାନେ ସରକାରୀ ଅବହେଳାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ କରିବାକୁ ସ୍ଥିର କରିଛନ୍ତି। ଚଳିତ ମାସରେ ସେମାନେ କଳାବ୍ୟାଜ ପିନ୍ଧିବା ସହିତ ୨୫ରୁ ଡିଜିଟାଲ ସେବା ବର୍ଜନ, ମେ ୧ରୁ କଲମ ଛାଡ, କାର୍ଯ୍ୟ ନିର୍ଘଣ୍ଟ ଓ କାର୍ଯ୍ୟ ଦିବସ ବାହାରେ ସେବା ବିରତି, ମେ ୧୫ ତାରିଖରୁ ସମୂହ ଛୁଟି ଓ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବେ। ଏଥିଯୋଗୁଁ ଆଗାମୀ ଦିଗରେ ଜନସାଧାରଣଙ୍କ ପାଇଁ ଉପୁଜିବାକୁ ଥିବା ଅସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ ରହିବେ ବୋଲି ସେମାନେ କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories