www.samajalive.in
Monday, December 15, 2025
27.1 C
Bhubaneswar

ଆଉ ନାହାନ୍ତି ହଲିଉଡ଼ର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ: ହଲିଉଡ଼ ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ଘଟିଛି। ୮୦ ବର୍ଷୀୟ ଏହି ଅଭିନେତା ଅନେକ ସୁପରହିଟ୍‌ ହଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ଆମେରିକୀୟ ଗ୍ରାଫିଟି’ ପାଇଁ ପ୍ରଶଂସକମାନେ ତାଙ୍କୁ ମନେ ରଖିଛନ୍ତି ଏବଂ ଆଜି ମଧ୍ୟ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।

ବୋ ହପକିନ୍ସଙ୍କ ମୃତ୍ୟୁ ବିଷୟରେ ସୂଚନା ଅଭିନେତାଙ୍କ ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଦିଆଯାଇଛି। ଏଥିରେ ଲେଖାଅଛି, ‘ଦୁଃଖର ସହ ଜଣାଉଛୁ ଯେ ଶନିବାର ରାତିରେ ବୋଙ୍କର ଦେହାନ୍ତ ହୋଇଯାଇଛି’। ବୋ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ କଥା ଶୁଣିବାକୁ ଭଲ ପାଉଥିଲେ। ତଥାପି ସେ ଗତ କିଛି ବର୍ଷ ହେବ ପ୍ରତ୍ୟେକ ଇମେଲର ଉତ୍ତର ଦେବାକୁ ଅସମର୍ଥ ହୋଇଥିଲେ।

- Advertisement -

ଭେଟେରାନ ଅଭିନେତା ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ଫିଚର ଫିଲ୍ମ ‘ଦି ୱାଇଲ୍ଡ ବଞ୍ଚ’ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଥିଲା ‘କ୍ରେଜି ଲି’। ଏହାପରେ ସେ ‘ଗେଟଅୱେ’ରେ ନଜର ଆସିଥିଲେ। ଏଥିରେ ସେ ଏକ ସହାୟକ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ର ୧୯୭୨ରେ ମୁକ୍ତିଲାଭ କରିଥିଲା। ‘ହ୍ବାଇଟ ଲାଇଟନିଙ୍ଗ’, ‘ଦି ମ୍ୟାନ୍ ହୁ ଲଭ୍‌ଡ କ୍ୟାଟ୍‌ ଡାନ୍ସିଂ’, ‘ମିଡନାଇଟ୍ ଏକ୍ସପ୍ରେସ’ ଆଦି ଚଳଚ୍ଚିତ୍ରରେ ବୋ ହପକିନ୍ସ ଦେଖିବାକୁ ମିଳିଥିଲା। ଖୁବ୍ କମ୍ ଲୋକ ଜାଣନ୍ତି ଯେ, ସିନେମା ଜଗତରେ ପ୍ରବେଶ କରିବା ପୂର୍ବରୁ ବୋ ମାତ୍ର ୧୬ ବର୍ଷ ବୟସରେ ଆମେରିକା ସେନାରେ କାର୍ଯ୍ୟ କରିଥିଲେ।

 

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories