www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଷିଆନ ଗାନ୍ଧୀବାଦୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଏନୱାଇପିର ପ୍ରତିଷ୍ଠାତା ଏବଂ ଲୋକସେବକ ମଣ୍ଡଳର ଟ୍ରଷ୍ଟି ପଦ୍ମଶ୍ରୀ ଡଃ ସୁବାରାଓଙ୍କ ପରଲୋକ

ଜୟପୁର: ବର୍ଷିଆନ ଗାନ୍ଧୀବାଦୀ, ବିଶିଷ୍ଟ ସମାଜସେବୀ, ଏନୱାଇପିର ପ୍ରତିଷ୍ଠାତା ତଥା ଲୋକସେବକ ମଣ୍ଡଳର ଟ୍ରଷ୍ଟି ପଦ୍ମଶ୍ରୀ ଡଃ ସାଲେମ ଏନ ସୁବ୍ୱା ରାଓଙ୍କର ବୁଧବାର ପରଲୋକ ଘଟିଛି । ମଙ୍ଗଳବାର ରାତିରେ ସୁବ୍ୱା ରାଓ ହୃଦଘାତର ଶିକାର ହେବାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଚିକିତ୍ସା ନିମନ୍ତେ ତାଙ୍କୁ ଏଠାରେ ଥିବା ଏସଏମଏସ ହାସପାତାଳରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ବୁଧବାର ଦିନ ପରଲୋକ ଘଟିଛି । ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।
ଭାଇ ଜୀ ନାମରେ ସୁପରିଚିତ ଥିବା ସୁବ୍ୱା ରାଓ ୧୯୨୯ ଫେବ୍ରୁଆରୀ ୭ ତାରିଖରେ କର୍ଣ୍ଣାଟକର ବାଙ୍ଗୋଲାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସ୍ୱନାମଧନ୍ୟ ଆଇନଜୀବୀ ଭାବରେ ପରିଚିତ ଥିଲେ । ତାଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ ମାଲେଶ୍ୱରମସ୍ଥିତ ରାମକୃଷ୍ଣ ବେଦାନ୍ତ କଲେଜରେ ସେ ତାଙ୍କର ତିନି ଭାଇଙ୍କ ସହିତ ମିଶି ଆଧ୍ୟାତ୍ମିକ ସଂଗୀତ ଗାଇବା ଆରମ୍ଭ କରିଥିଲେ । ବିଦ୍ୟାଳୟରେ ପଢିବା ସମୟରେ ଗାନ୍ଧୀଜୀଙ୍କର ଜୀବନାଦର୍ଶ ତାଙ୍କୁ ପ୍ରଭାବିତ କରିଥିଲା ଏବଂ ସେ ଖଦୀ ପିନ୍ଧିବା ଆରମ୍ଭ କରିଦେଇଥିଲେ । ୧୯୪୨ ଅଗଷ୍ଟ ୯ ତାରିଖ ଦିନ ସେ ଅନ୍ୟ ସ୍କୁଲ ଛାତ୍ରଙ୍କ ସହିତ ମିଶି ଶ୍ରେଣୀ ବର୍ଜନ କରିଥିଲେ । ସେବେଠାରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହିତ ତାଙ୍କର ସଂପୃକ୍ତି ଆରମ୍ଭ ହୋଇଥିଲା । ରାସ୍ତାକଡରେ ଥିବା କାନ୍ଥ ଓ ସଡ଼କ ଉପରେ ସେ ‘ଭାରତ ଛାଡ’ ଲେଖିବା ଆରମ୍ଭ କରିଦେଲେ । ସେଥିପାଇଁ ବ୍ରିଟିଶ ସୈନ୍ୟମାନେ ତାଙ୍କୁ ଗିରଫ କରିନେଇଥିଲେ । କିନ୍ତୁ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିବାରୁ ତାଙ୍କୁ ସେମାନେ ଛାଡି ଦେଇଥିଲେ । ସେବେଠାରୁ ଦେଶର ସ୍ୱାଧୀନତା ସଂଗ୍ରାମରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଛାତ୍ର ଜୀବନରେ ସେ ଛାତ୍ର କଂଗ୍ରେସ ଏବଂ ରାଷ୍ଟ୍ର ସେବା ଦଳ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିଲେ ।
ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ ଡ. ହାର୍ଡିକରଙ୍କ ଆହ୍ୱାନରେ କଂଗ୍ରେସ ସେବା ଦଳର ମୁଖ୍ୟ କାର୍ଯ୍ୟାଳୟରେ ୧୯୫୧ରେ ଯୋଗ ଦେଇଥିଲେ । ତାଙ୍କୁ ବର୍ଷକ ପାଇଁ ସାମିଲ ହେବାକୁ କୁହାଯାଇଥିଲା । କିନ୍ତୁ ତାହା ପରେ ସେଠାରୁ ଆଉ ସେ ଫେରିନଥିଲେ । ୧୯୭୦ ପର୍ଯ୍ୟନ୍ତ ସେ ସାରା ଭାରତରେ ଯୁବ ଶିବିର ଆୟୋଜନ ଦାୟିତ୍ୱ ନେଇଥିଲେ । ତାଙ୍କର ପାରଦର୍ଶିତା ପାଇଁ ସେ ଜବାହରଲାଲ ନେହରୁ, କେ କାମରାଜ ଏବଂ ଅନ୍ୟ ବହୁ ଜାତୀୟ ସ୍ତରର ନେତୃବୃନ୍ଦଙ୍କର ପ୍ରିୟଭାଜନ ହୋଇପାରିଥିଲେ । ୧୯୬୯ରେ ଗାନ୍ଧୀ ଶତବାର୍ଷିକୀ ପାଳନ ଅବସରରେ ତାଙ୍କୁ ‘ଗାନ୍ଧୀ ଦର୍ଶନ ଟ୍ରେନ’ର ଡାଇରେକ୍ଟର ଭାବରେ ମନୋନୀତ କରାଯାଇଥିଲା । ୧୯୭୦ରେ ସେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଜୀବନ ସଦସ୍ୟ ହୋଇଥିଲେ । ଏହାପରେ ସେ (ନ୍ୟାସନାଲ ୟୁଥ ପ୍ରୋଜେକ୍ଟ) ଏନୱାଇପି ପ୍ରତିଷ୍ଠା କରି ଦେଶର ଯୁବବର୍ଗଙ୍କୁ ଦେଶପ୍ରେମ ଓ ଦେଶଗଠନରେ ବ୍ରତୀ ହେବାକୁ ପ୍ରେରିତ କରିଆସୁଥିଲେ । ତାଙ୍କୁ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର, ମହାତ୍ମା ଗାନ୍ଧୀ ପ୍ରେମ ସେବା ପୁରସ୍କାର, ଜୀବନବ୍ୟାପୀ ସାଧନା ପୁରସ୍କାର, ମହାତ୍ମା ଗାନ୍ଧୀ ପୁରସ୍କାର, ଯମନାଲାଲ ବଜାଜ ପୁରସ୍କାର, ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ସଦଭାବନା ପୁରସ୍କାର, ଶାନ୍ତି ଦୂତ ପୁରସ୍କାର, ଭାରତୀୟ ଏକତା ପୁରସ୍କାର ଆଦି ବହୁ ସମ୍ମାନ ପ୍ରଦାନ କରାଯାଇଥିଲା । କାଶୀ ବିଦ୍ୟାପୀଠ ତାଙ୍କୁ ୧୯୯୫ରେ ସମ୍ମାନଜନକ ଡି ଲିଟ୍‍ ଏବଂ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡଃ ସୁବ୍ୱା ରାଓ ସାଧାରଣ ଜନତାଙ୍କ ସେବା ଉଦ୍ଦେଶ୍ୟରେ ସମର୍ପିତ ଲୋକସେବକ ମଣ୍ଡଳର ଜଣେ ଟ୍ରଷ୍ଟି ଭାବରେ ମନୋନୀତ ହୋଇଥିଲେ । ଏକାଧିକ ଭାଷାରେ ତାଙ୍କର ଦକ୍ଷତା ଓ ପାରଦର୍ଶିତା ରହିଥିଲା । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories