BJD Bijuli 480×75 Mob

ଭେନେଜୁଏଲା ଜେଲରେ ଅଗ୍ନିକାଣ୍ଡ; ୬୮ ମୃତ

BJD Bijuli 480×75 Mob
0

କାରାକାସ : ଭେନେଜୁଏଲାର ଭାଲେନସିଆ ସହରରେ ଥିବା ଏକ ଜେଲରେ ବୁଧବାର ଭୟବାହ ଅଗ୍ନିକାଣ୍ଡ ଘଟି ୬୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଜେଲ୍‌ ଅନ୍ତବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଜେଲ୍‌ ଅଧିକାରୀଙ୍କ କହିବା ଅନୁସାରେ କେତେକ କଏଦୀ ଫେରାର ହେବା ଉଦେଶ୍ୟରେ ଜେଲ୍‌ରେ ନିଅାଁ ଲଗାଇ ଦେଇଥିଲେ । ଯାହା ଭୟାବହ ରୂପ ନେଇ ଚାରିଆଡେ ବ୍ୟାପିଯାଇଥିଲା । ଏଥିରେ ଅନ୍ୟୁନ୍‌ ୬୮ ଜଣ ଜେଲ୍‌ ଅନ୍ତେବାସୀ ଜଳି ଯାଇଛନ୍ତି । ଭାଲେନସିଆ ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା ଓ ଜେଲ୍‌ କର୍ମଚାରୀଙ୍କ ଅଭାବ ରହିଥିଲା ବୋଲି ଜେଲ୍‌ର ଜଣେ କର୍ମଚାରୀ କହିଛନ୍ତି । ଅଗ୍ନିକାଣ୍ଡରେ ଗୁରୁତର ଭାବେ ପୋଡ଼ି ଯାଇଥିବା କଏଦୀଙ୍କୁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଅଗ୍ନିକାଣ୍ଡ ପରେ ମୃତକଙ୍କ ସମ୍ପର୍କୀୟ ଜେଲ୍‌ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭେନେଜୁଏଲା ପୁଲିସ୍‌ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲା । ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବା ପାଇଁ ଏକ ୪ ଜଣିଆ ଦଳ ଗଠନ କରାଯାଇଛି ବୋଲି ଭାଲେନସିଆ ଆଟର୍ଣ୍ଣି ଜେନେରାଲ ତାରେଖ ସାବ ସୂଚନା ଦେଇଛନ୍ତି ।

Leave A Reply