www.samajalive.in
Monday, December 15, 2025
14.1 C
Bhubaneswar

କିଭଳି ରଖିବେ ଫଳ ଓ ପନିପରିବାକୁ ସତେଜ ?

ଗ୍ରୀଷ୍ମ ଦିନେ ଫଳ ଓ ପନିପରିବା ଯଥା ସମୟ ପୂର୍ବରୁ ହିଁ ଖରାପ ହୋଇଯାଇଥାଏ। ଏପରିକି ଅଧିକାଂଶ ପରିବାକୁ ଫ୍ରିଜ୍‌ରେ ରଖିବା ପରେ ମଧ୍ୟ ତାହାର ସତେଜତା ନଷ୍ଟ ହୋଇଥାଏ। ଏପରି ସ୍ଥଳେ ଏହି ଉପାୟ ଅବଲମ୍ବନ କରନ୍ତୁ।

ବର୍ତ୍ତମାନ ବଜାର ଓ ବିଭିନ୍ନ ଅନ୍-ଲାଇନ୍ ସାଇଟ୍‌ରେ ପରିବା ଓ ଫଳ ରଖିବା ନିମନ୍ତେ ଛୋଟଛୋଟ ବ୍ୟାଗ୍‌୍ମାନ ଉପଲବ୍ଧ ହେଉଛି। ଏସବୁ ଆଣି ପ୍ରତ୍ୟେକ ପରିବାକୁ ଅଲଗାଅଲଗା ରଖିବା ଉଚିତ।

ପରିବା ଓ ଫଳ ଦୋକାନରୁ ଆଣିବା ପରେ ଭଲଭାବେ ଧୋଇ-ପୋଛି ତାହାକୁ ସେଇ ବ୍ୟାଗ୍‌ରେ ରଖନ୍ତୁ। ଏପରି କଲେ ପରିବାର ସତେଜତା ଅଧିକ ଦିନ ରହିଥାଏ।

- Advertisement -

କଦଳୀ, ତରଭୁଜ, ଆମ୍ବକୁ ଫ୍ରିଜ୍‌ରେ କିମ୍ବା ବାହାରେ ପରିବା ସହ ରଖିଲେ, ସେଗୁଡ଼ିକ ଶୀଘ୍ର ଖରାପ ହୋଇଥାଏ।

ଅଙ୍ଗୁର ଫଳକୁ ଫ୍ରିଜର୍‌ ବ୍ୟାଗ୍‌ରେ ରଖିଲେ ତାହା ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରହିଥାଏ।

ଆଳୁ, ପିଆଜ, ଟମାଟୋକୁ ଫ୍ରିଜ୍‌ରେ କେବେହେଲେ ରଖିବେ ନାହିଁ। ଏପରି କଲେ ତା’ର ପୋଷକତତ୍ତ୍ବ ନଷ୍ଟ ହୋଇ ଖାଦ୍ୟକୁ ବିଷାକ୍ତ କରିଥାଏ।

ରୋଷେଇଘରେ ଆଳୁକୁ ଏପରି ସ୍ଥାନରେ ରଖନ୍ତୁ, ଯେଉଁଠାରେ ସୂର୍ୟ୍ୟକିରଣ ନ ପଡ଼ିବ। ଏହା ଦ୍ବାରା ଆଳୁ ଅଧିକ ଦିନ ସତେଜ ରହେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories