ବେଦାନ୍ତ ଆଲୁମିନିୟମକୁ ମିଳିଲା  ସମ୍ମାନଜନକ ଗ୍ରୋ କେୟାର ପୁରସ୍କାର

ଝାରସୁଗୁଡ଼ା-  ଭାରତର ବୃହତ ଆଲୁମିନିୟମ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ଗ୍ରୋ କେୟାର ସମ୍ମାନରେ ସମ୍ମାନିତ କରାଯାଇଛି । ଆଲୁମିନିୟମ ଉତ୍ପାଦନ ସହ ଭାରତର ଉତ୍ପାଦନ ଉଦ୍ୟୋଗ ଜଗତର ପସନ୍ଦର ନିଯୁକ୍ତିଦାତା ଭାବେ ଏହାର ସମ୍ମାନ ଏବଂ ସୁନାମ ବୃଦ୍ଧି ପାଇଛି । କର୍ମଚାରୀଙ୍କ ଯୋଗଦାନ ସହ ଉଚ୍ଚଧରଣର ମାନବସମ୍ବଳ ନୀତି ପାଇଁ ଏହା ପ୍ରଶଂସା ପାଇଛି । କର୍ମକ୍ଷେତ୍ରର ପରିବେଶ ପ୍ରଭାବଶାଳୀ କୌଳଶ ପ୍ରତିପାଦନ ପାଇଁ ବେଦାନ୍ତ ସମ୍ମାନୀତ ହୋଇଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ ପରିବହନ ମନ୍ତ୍ରୀ ଦୟା ଶଙ୍କର ସିଂହ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀରେ ଅବସ୍ଥିତ ଗ୍ରୋ କେୟାର ଇଣ୍ଡିଆ ଏକ ଅଣ ଲାଭଦାୟକ ସଂସ୍ଥା  । ଏହାକୁ୨୦୧୬ରେ ପ୍ରତିଷ୍ଠା କରାଯାଇଥିଲା ।     ମାନବ ସମ୍ବଳ, ପରିବେଶ ଓ ବୃତିଗତ ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ଏହା ସମୀକ୍ଷା କରିବା ସହ ଉପଯୁକ୍ତ ଉଦ୍ୟୋଗମାନଙ୍କୁ ଏହା ସମ୍ମାନୀତ କରିଥାଏ  । ବେଦାନ୍ତ ଏଥିପାଇଁ  ଯୋଗ୍ୟ ବୋଲି ଗ୍ରୋ କେୟାର ପକ୍ଷରୁ ବିବେଚନା କରାଯାଇଛି ।
ବେଦାନ୍ତ ଆଲୁମିନିୟମର କର୍ମଚାରୀ ମାନେ କମ୍ପାନୀ ପାଇଁ ସମ୍ପଦ , ଏହାର  ସଫଳତା ସେମାନଙ୍କର ଅନେକ ଯୋଗଦାନ ରହିଛି ବୋଲି ବେଦାନ୍ତର ସିଓଓ ସୁନୀଲ ଗୁପ୍ତା ମତ ଦେଇଛନ୍ତି । ବେଦାନ୍ତରେ କର୍ମଚାରୀଙ୍କ ହିତ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏକ ଉଚ୍ଚଧରଣ ପରିବେଶ ସୃଷ୍ଟି କରାଯାଇଥିବା କଥା ପ୍ରକାଶ କରିଛନ୍ତି । କର୍ମଚାରୀଙ୍କ ସ୍ୱାର୍ଥ ଏବଂ ସ୍ୱାସ୍ଥ୍ୟକୁ କମ୍ପାନୀ ଅଗ୍ରାଧିକାର ଦେଇଥାଏ । ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ କ୍ଷେତ୍ରେ ସଶକ୍ତ କରିବା ପାଇଁ ପ୍ରୟାସ କରିଥାଏ ।
prayash
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ପ୍ଲାଣ୍ଟ କ୍ରମାଗତ ଭାବରେ ବର୍ଷ ବର୍ଷ ଧରି ଗ୍ରେଟ ଟୁ ୱାର୍କ  ଦ୍ୱାର ସମ୍ମାନୀତ ହୋଇ ଆସୁଅଛି ।
ବିବିଧତା , ସମାନତା, ଓ ଅନ୍ତର୍ଭୁକ୍ତିକୁ ନେଇ ଏହାର କର୍ମ ପରିସର ଡିଜିଟାଲ ବୈଷୟିକୀ ନିୟୋଜନ କରି ଆଲୁମିନିୟମ ଉତ୍ପାଦନ କରୁଛି । ଲିଙ୍ଗ, ଜାତି, ବର୍ଣ୍ଣ ନିର୍ବିଶେଷରେ ଦକ୍ଷ ଗୋଷ୍ଠୀ ସହିତ ସକ୍ରିୟ ଭାବରେ ନିଜର କାର୍ଯ୍ୟରେ ଉନ୍ନତି କରି ଚାଲିଛି ।• ସଂପ୍ରତି ଝାରସୁଗୁଡ଼ା ପ୍ଲାଂଟ ଓଡ଼ିଶାର ପ୍ରଥମ ଧାତୁ ଓ ଉତ୍ପାଦନ ୟୁନିଟ ହୋଇପାରିଛି ଯାହାକି ଶ୍ରୀ ଶକ୍ତି ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କ ପାଇଁ ନାଇଟ ସିଫ୍ଟରେ କାର୍ଯ୍ୟ ଚାଲୁ କରିଛି ।
କଂପାନି ନେତୃତ୍ୱ ବିକାଶ ଜରୀଆରେ କଂପାନୀରେ ଚାକିରୀ ବିଷୟବସ୍ତୁ, ଆଭ୍ୟନ୍ତରୀଣ ଅଭିବୃଦ୍ଧି- କର୍ମଶାଳା ଓ ଧ୍ୟାନକେନ୍ଦ୍ରିତ ତାଲିମ କାର୍ଯ୍ୟ୍ରକ୍ରମ ଜରୀଆରେ ସମଗ୍ର ଶିଳ୍ପ ପାଇଁ ନେତୃତ୍ୱ ବିକାଶ ଉପରେ ଧ୍ୟାନ ଦେଇଥାଏ । ଶ୍ରେଷ୍ଠ ଶ୍ରେଣୀର ପ୍ରତିଭା ଅଧିଗ୍ରହଣ, ପଦୋନ୍ନତି ଓ ଧାରଣ ମାଧ୍ୟମରେ କଂପାନି କ୍ରମାଗତ ଭାବେ ଭାରତ ତଥା ବିଦେଶର ଅନୁଷ୍ଠାନଗୁଡ଼ିକରୁ ଶୀର୍ଷ ସ୍ତରୀୟ ପ୍ରତିଭା ନିଯୁକ୍ତି କରେ । ସର୍ବଭାରତୀୟ ସ୍ତରରେ ଡୋମେନ ବିଶେଷଜ୍ଞମାନଙ୍କୁ ପ୍ରୋତ୍ସାହିତ ଯୋଗାଇଥାଏ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯି।  ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ରାକିଂ କରୁଥିବା  ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ  ଦ୍ୱିତୀୟ ରାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ କରୁଥିବା ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇଛି । ଏହା ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Comments are closed.