www.samajalive.in
Saturday, December 6, 2025
26.1 C
Bhubaneswar

ପୂଜା ଓ ପୂଜାଘର ସହ ଜଡ଼ିତ କିଛି ନିୟମ, ଯାହାକୁ ମାନି ଚଳିଲେ ରହିବନି କୌଣସି ସମସ୍ୟା

ସାଧାରଣତଃ ଭାରତୀୟ ପରମ୍ପରା ଅନୁସାରେ ଆମେ ପ୍ରତ୍ୟେକ ଦିନ ଘରେ ପୂଜାପାଠ କରିଥାଆନ୍ତି। ଦିନ ଭଲରେ ବିତିବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ପ୍ରକାରର ରୀତିନୀତିର ମଧ୍ୟ ପାଳନ କରିଥାଆନ୍ତି। ମାତ୍ର ପୂଜା ଓ ପୂଜା ଘର ସହ ଜଡ଼ିତ କିଛି ବାସ୍ତୁ ନିୟମ ରହିଛି। ଏହି ନିୟମକୁ ମାନି ଚଳିବା ଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହିତ ଧନର ଅଭାବ ରହେ ନାହିଁ। ମାତ୍ର ଯଦି ସେଥିରେ ବ୍ୟତିକ୍ରମ ହୁଏ ତେବେ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ପୂଜା ଓ ପୂଜା ଘର ସହ ଜଡ଼ିତ କିଛି ବାସ୍ତୁ ନିୟମ –

-ଘରର ସୁଖ ଏବଂ ଶାନ୍ତି ପାଇଁ ସବୁବେଳେ ଘରର ଠାକୁର ଘରେ ତମ୍ବା କଳସର ବ୍ୟବହାର କରିବା ଉଚିତ। ଶାସ୍ତ୍ର ଅନୁସାରେ ଏହା ଦ୍ବାରା ଘରେ ରହିଥିବା ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ।

- Advertisement -

-ବାସ୍ତୁ ଅନୁଯାୟୀ ଘରର ରୋଷେଇଶାଳାରେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ରୁଟି ସବୁବେଳେ ଗାଈ ଏବଂ ଶେଷ ରୁଟି ସବୁବେଳେ କୁକୁର ପାଇଁ ପ୍ରସ୍ତୁତ କରିବା ଉଚିତ୍। ଏହା ଦ୍ବାରା ଘରର ଅଭାବ ଏବଂ ଅଶାନ୍ତି ଦୂର ହୋଇଥାଏ।

-ପ୍ରତ୍ୟେକ ଦିନ ପୂଜା ଘର ବାହାରେ ଏକ ପାତ୍ରରେ ପାଣି ରଖିବା ଉଚିତ୍। ଏଥିସହିତ ତାହାର ପରଦିନ ପୂଜା ଶେଷ କରିବା ପରେ ସେହି ପାଣିକୁ ଘରର ସମସ୍ତ କୋଣରେ ସିଞ୍ଚିବା ଦ୍ବାରା ଘରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

-ପୂଜା କରିବା ବେଳେ ପ୍ରଥମେ ପୂର୍ବରୁ ପୂଜାରେ ଲାଗିଥିବା ସମସ୍ତ ମଉଳିଥିବା ଫୁଲକୁ ବାହାର କରିଦେବା ଦରକାର। କାରଣ ଶୁଖିଲା ଫୁଲକୁ ଘରେ ରଖିବା ଦ୍ବାରା ଘର ମଧ୍ୟରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏଥିସହିତ ପୂଜାରେ ବ୍ୟବହାର ହୋଇଥିବା ଫୁଲ ବା ବାସୀ ଫୁଲକୁ ଏଣେତେଣେ ନପକାଇ ସର୍ବଦା ପାଣିରେ ପକାଇବା ଉଚିତ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories