www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ ବାଇକ୍ ମୁହାଁମୁହିଁ ଜଣେ ମୃତ, ୨ ଗୁରୁତର

ଆରଡି : ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ବ୍ରାହ୍ମଣୀଦଣ୍ଡା ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକଙ୍କ ଉଦ୍ୟମକ୍ରମେ ସମସ୍ତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଜଣଙ୍କୁ ମୃତ ଘୋଷଣା କରାଯିବା ସହିତ ଅନ୍ୟ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏହି ଦୁର୍ଘଟଣାରେ ଆରଡି ଫାଣ୍ଡି ଅଧିନସ୍ଥ ସାନଓଳଗ ଗାଁ ଅଜିତ ନାୟକ(୩୩)ଙ୍କର ମୃତ୍ୟୁ ଘଟିଥିବା ବେଳେ କୁଳେଇପଦା ଗାଁର ସମ୍ବିତ ନାୟକ(୨୮) ଓ ସୁଧାକର ଜେନା(୨୩) ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଏପରି ଦୁର୍ଘଟଣାର ଖବର ପାଇ ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋରା ଦାସ ଘଟଣାସ୍ଥଳରେ ପହଞ୍ଚିବା ସହ ୨ଟି ବାଇକ୍ ଜବତ କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories