www.samajalive.in
Sunday, November 16, 2025
15.1 C
Bhubaneswar

ସକାଳେ ଉଠିବା ମାତ୍ରେ ଅଇଁଠା ବାସନ ଦେଖନ୍ତୁ ନାହିଁ..

ଆର୍ଥିକ ସମସ୍ୟା ଲାଗି ରହିଲେ ବ୍ୟକ୍ତି ମାନସିକ ,ଶାରୀରିକ ଭାବେ ଅସୁସ୍ଥ ହୋଇଯାଏ। ଅନେକ ସମୟରେ ଏପରି ମଧ୍ୟ ହୋଇଥାଏ ଚେଷ୍ଟା କରିବା ପରେ ମଧ୍ୟ ଅର୍ଥ ସଞ୍ଚୟ ହୋଇ ପାରିନଥାଏ। ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ପାଇଁ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ବିଶେଷ କରି ସକାଳ ସମୟରେ କରୁଥିବା କିଛି ଭୁଲ୍‌‌ ପାଇଁ ଏହି ସମସ୍ୟା ଲାଗି ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଜାଣନ୍ତୁ ସକାଳ ସମୟରେ କେଉଁ ଭୁଲ୍‌‌ କରିବା ଉଚିତ ନୁହେଁ..

ସକାଳେ କଦାପି ଅଧିକ ସମୟ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଅଧିକ ସମୟ ଯାଏଁ ଶୋଇ ରହିଲେ ରୋଗ ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ବିଳମ୍ବ ଯାଏଁ ଶୋଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଫଳରେ ଆର୍ଥିକ ସମସ୍ୟା ଲାଗି ରହିଥାଏ।

- Advertisement -

ସକାଳେ ଉଠିବା ମାତ୍ରେ ଅଇଁଠା ବାସନ ଆଦୌ ଦେଖନ୍ତୁ ନାହିଁ। ଏହାଦ୍ୱାରା ର୍ଦୁଭାଗ୍ୟ,ଅଭାବ ଲାଗି ରହିଥାଏ। ଯେତେ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରିନଥାଏ। ବାଧାବିଘ୍ନର ସାମ୍ନା କରିବାକୁ ପଡିଥାଏ। ଶାସ୍ତ୍ର ଅନୁଯାୟୀ, ରାତିରେ ହିଁ ଅଇଁଠା ବାସନ ଓ ରୋଷେଇ ଘରକୁ ସଫା କରିବା ଆବଶ୍ୟକ। ରୋଷେଇ ଘରକୁ ଅସନା ଅପରିଷ୍କାର ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଟଙ୍କାପଇସାର ଅଭାବ ଲାଗି ରହିଥାଏ।

ସକାଳେ ଉଠିବା ମାତ୍ରେ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ। ଏହା ନକରାତ୍ମକ ଶକ୍ତି ଆଣିଥାଏ। ଫଳରେ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ସକାଳେ ଉଠିବା ମାତ୍ରେ ପ୍ରଥମେ ଭଗବାନଙ୍କ ନାମ ସ୍ମରଣ କରିବା ସହ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହ ଟଙ୍କା ପଇସା ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories