www.samajalive.in
Saturday, December 6, 2025
15.1 C
Bhubaneswar

ଘରର ସଠିକ୍ ସ୍ଥାନରେ ଲଗାନ୍ତୁ ଘଣ୍ଟା : ନଚେତ୍ ମାଡ଼ି ଆସିବ ଦୁର୍ଭାଗ୍ୟ

ସାଧାରଣତଃ ଆମ ସମସ୍ତଙ୍କ ଘରେ ଘଣ୍ଟା ନିଶ୍ଚିତ୍ତ ରୂପେ ଥାଏ। ଆଜିକାଲି ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଘଣ୍ଟା ମଧ୍ୟ ଆଣି ଆମେ ଘରେ ଲଗାଉଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଘଣ୍ଟା ଯଦି ଘରର ସଠିକ୍ ସ୍ଥାନରେ ଲଗା ନଯାଏ ତେବେ ଏହା ବ୍ୟକ୍ତିଙ୍କ ପାଇଁ ଦୁର୍ଭାଗ୍ୟକୁ ଡାକି ଆଣିଥାଏ। ବାସ୍ତୁଶାସ୍ତ୍ରରେ ଘରେ ଘଣ୍ଟା ଟାଙ୍ଗିବାର ନୀତିନିୟମ ବିଷୟରେ କୁହାଯାଇଛି। ତେବେ ଚାଲନ୍ତୁ ଜାଣିବା ଘରେ କେଉଁ ସ୍ଥାନରେ ଘଣ୍ଟା ଲଗାଇବା ଉଚିତ ଓ କେଉଁଠି ଲଗାଇବା ଅନୁଚିତ –

-ଘରେ ଭାଙ୍ଗିଯାଇଥିବା କିମ୍ବା ବନ୍ଦ ହୋଇଥିବା ଘଣ୍ଟା ରଖନ୍ତୁ ନାହିଁ। ଏହାଦ୍ଵାରା ନକରାତ୍ମକ ବିଚାରଧାରା ଆପଣଙ୍କୁ କବଳିତ କରିବ।

- Advertisement -

-ଘରେ ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଘଣ୍ଟା ଲଗାନ୍ତୁ। ଏହାଦ୍ଵାରା ସୁଖ, ସମୃଦ୍ଧି, ଭଲପାଇବା ବଜାୟ ରହିବ।

-ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣଦିଗ ହେଉଛି ଯମଙ୍କର ଦିଗ। ଦକ୍ଷିଣ ଦିଗରେ ଥିବା ଦ୍ବାର କିମ୍ବା କାନ୍ଥରେ ଘଣ୍ଟା ଲଗାଇବା ଅର୍ଥ ର୍ଦୁଭାଗ୍ୟକୁ ଡାକି ଆଣିବା। ଏହାଦ୍ଵାରା ଘର ମୁଖ୍ୟଙ୍କ ସ୍ଵାସ୍ଥ୍ୟ ଖରାପ ହେବା ସହିତ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ମଧ୍ୟ ଥାଏ। ଏଥିସହିତ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ।

-ପୂର୍ବଦିଗରେ ଘଣ୍ଟା ଲଗାଇଲେ ବାତାବରଣ ଅନୁକୂଳ ରହିବା ସହିତ ପରସ୍ପର ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ।

-ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ବାରା ପାରିବାରିକ ବୁଝାମଣା ଠିକ୍ ରହିବା ସହିତ ଶାନ୍ତି ବଜାୟ ରହିଥାଏ।

-ଘରେ ଉତ୍ତରଦିଗରେ ଘଣ୍ଟା ଲଗାଇଲେ ପରିବାର ଧନକ୍ଷୟରୁ ରକ୍ଷା କରିବା ପାଇବା ରୋଜଗାରର ନୂତନ ପନ୍ଥା ସୃଷ୍ଟି ହୋଇଥାଏ।

-ଘରର ଦ୍ବାର ବନ୍ଧ ଉପରେ ଘଣ୍ଟା ଲଗାନ୍ତୁ ନାହିଁ। ଏହାଦ୍ଵାରା ଅନେକ ସମସ୍ୟା ଦେଖା ଦେଇପାରେ। ଘରର ମୁଖ୍ୟଦ୍ଵାର ଦେଇ ନକରାତ୍ମକ ଶକ୍ତି ଚଳପ୍ରଚଳ କରୁଥିବାର ଆଶଙ୍କା ଥିବାରୁ ପରିବାର ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories