www.samajalive.in
Saturday, December 6, 2025
15.1 C
Bhubaneswar

ଭାରତର ପ୍ରଥମ ପ୍ରତିଶୋଧ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ସମେତ ୨ ଆତଙ୍କବାଦୀ ନିହତ

ଜମ୍ମୁ: ନିଜର ୪୦ ଯବାନଙ୍କ ବଳିଦାନ ଦେଇ ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ। ରବିବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଲୱାମା-ପିଙ୍ଗଲିନା ଘାଟିରେ ଲୁଚି ରହିଥିବା ୨ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା। ନିହତଙ୍କ ମଧ୍ୟରେ ପୁଲୱାମା ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଗାଜି ରସିଦ ଏବଂ ତାର ଜଣେ ସହଯୋଗୀ ରହିଛନ୍ତି। ଦୁଇଜଣ ଯାକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ)ର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ।

ପୁଲୱାମା ଆକ୍ରମଣର ପରେ ଭାରତୀୟ ସେନା ପକ୍ଷରୁ ରବିବାର ସକାଳୁ ଅପରେଶନ-୨୫ ଅଭିଯାନକୁ ଜୋରଦାର କରାଯାଇଥିଲା। ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ଘଟଣାସ୍ଥଳଠାରୁ ୨୫  କି.ମି. ଦୂରତା ବ୍ୟବଧାନରେ ଥାଇପାରେ ବୋଲି ଗୋଇନ୍ଦା ସୂଚନା ମିଳିଥିଲା। ପରବର୍ତ୍ତୀ ସମୟ​‌ରେ ଗାଜି ଏବଂ ତାଙ୍କ ସହଯୋଗୀ କମରାନ ପୁଲୱାମାଠାରୁ ୨କି.ମି. ଦୂର ପିଙ୍ଗଲିନାଠାରେ ଲୁଚି ରହିଥିବା ସେନାକୁ ସୂଚନା ମିଳିଥିଲା। ଏହାପରେ ରବିବାର ବିଳମ୍ବିତ ରାତିରେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ସେଠାରେ ଚଢ଼ାଉ କରିଥିଲେ। ଆତଙ୍କବାଦୀଦ୍ବୟ ଲୁଚି ରହିଥିବା ଘରକୁ ଯବାନମାନେ ଘେରିଯାଇଥିଲେ। ଫଳରେ ସେଠାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଶେଷରେ ଯବାନମାନେ ଉକ୍ତ ଘରକୁ ଉଡ଼ାଇଦେଇଥିଲେ, ଯେଉଁଥିରେ ଗାଜି ଏବଂ କମରାନ ନିହତ ହୋଇଥିଲେ। ଗୁଳିବିନିମୟରେ ୪ ଯବାନ ଶହୀଦ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories