www.samajalive.in
Monday, December 15, 2025
26.1 C
Bhubaneswar

ପୂଜା ସ୍ଥାନରେ ଏକାଧିକ ଗଣେଶ ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ

ଅନେକ ସମୟରେ ଘରେ କଳହ ତଥା ଅଶାନ୍ତି ଦେଖା ଦେଇଥାଏ। ପରସ୍ପର ମଧ୍ୟରେ କଳି ଝଗଡା ଲାଗି ରହିବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏହା ବାସ୍ତୁ ଦୋଷରୁ ହୋଇଥାଏ ବୋଲି କେହି କେହି ଚିନ୍ତା କରିଥାନ୍ତି।
ଜ୍ୟୋର୍ତିବିଦଙ୍କ ମତ ଅନୁସାରେ ଗଣେଶ ଭଗବାନଙ୍କୁ ଘରେ ସ୍ଥାପନା କରି ପୂଜା କରିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ। କିନ୍ତୁ ଘରର କେଉଁ ସ୍ଥାନରେ ଗଣେଶ ଭଗବାନଙ୍କ ମୂର୍ତ୍ତି ରଖିବେ ଏବଂ କେଉଁ ବିଧି ଅନୁସାରେ ପୂଜା କରିବା ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ।
ପୂଜା ସ୍ଥାନରେ ଏକାଧିକ ଗଣେଶ ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ।
ବାମ ପଟକୁ ଶୁଣ୍ଢ ଥିବା ଗଣେଶ ମୁର୍ତ୍ତି ଘରେ ରଖନ୍ତୁ।
୧୨ ଆଙ୍ଗୁଳି ଉଚ୍ଚତା ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଘରେ ରଖନ୍ତୁ ନାହିଁ।
ପିତ ବର୍ଣ୍ଣର ମୂର୍ତ୍ତି ଘରେ ରଖିବା ସବୁଠୁ ଉତ୍ତମ ଅଟେ।
କେବେ ବି ଗଣେଶଙ୍କୁ ତୁଳସୀ ଜଳ ଅର୍ପଣ କରନ୍ତୁ ନାହିଁ।
ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ କିପରି ମୂର୍ତ୍ତି ରଖିବେ।
ପିଲାଙ୍କ ପାଠ ଘରେ ହଳଦିଆ ବା ଫିକା ସବୁଜ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ।
ବେଡ୍ ରୁମରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ।
ଘରର ମୁଖ୍ୟ ଦ୍ବାରର ଭିତର ପଟରେ ଗଣେଶ ଫଟୋ ଲଗାନ୍ତୁ।
ପୂଜା ସ୍ଥାନରେ ହଳଦିଆ ରଙ୍ଗର ଗଣେଶ ପ୍ରତିମା ରଖି ପୂଜା କରନ୍ତୁ।
ପ୍ରତିଦିନ ସକାଳେ ଗଣେଶଙ୍କୁ କ୍ଷୀର ଅର୍ପଣ କରନ୍ତୁ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories