www.samajalive.in
Saturday, December 13, 2025
27.1 C
Bhubaneswar

ସତର୍କ କରାଇଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, କରୋନା କଟକଣାରେ ହେଉ ଉତ୍ସବ ପାଳନ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଆସିବା ନେଇ ଆଶଙ୍କା ଲାଗି ରହିଥିବାବେଳେ ଏହାକୁ ଏଡାଇବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କତା ଜାରି କରିଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶରୁ କରୋନାର ଦ୍ବିତୀୟ ଲହର ଶେଷ ହୋଇ ନାହିଁ। ଦ୍ବିତୀୟ ଲହର ଏବେ ମଧ୍ୟ ଭାଗରେ ଓ ନିୟନ୍ତ୍ରଣରେ ରହିଛି। ଯେତେବେଳେ କରୋନା କଟକଣାରେ କୋହଳତା ପ୍ରଦର୍ଶନ କରାଯାଇଛି ସେତେବେଳେ ସଂକ୍ରମଣ ବୃଦ୍ଧି ପାଇଛି। ସେପ୍ଟେମ୍ବର ଓ ଅକ୍ଟୋବର ମାସ ଉତ୍ସବର ସମୟ ହୋଇଥିବାରୁ ଏହି ସମୟରେ କରୋନା କଟକଣା ଓ ନିୟମ ଉଲ୍ଲଙ୍ଘନ ହେବାର ଆଶଙ୍କା ରହିଛି। ଯାହା ସଂକ୍ରମଣକୁ ପୁଣି ବୃଦ୍ଧି କରିପାରେ। ତେଣୁ ଏହି ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ହେଲେ ସମସ୍ତ ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଇସିଏମ୍‌ଆର ନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ସମ୍ପୂର୍ଣ୍ଣ ଟିକା ନେବା ସତ୍ତ୍ବେ ପ୍ରତ୍ୟେକ ବ୍ୟକ୍ତି ତୁଣ୍ଡି ବାନ୍ଧିବା ଦରକାର ଓ କରୋନା ନିୟମ ମାନି ଚଳିବା ଦରକାର।
ଦେଶରେ ତୃତୀୟ ଲହର ଆସନ୍ନ ହୋଇଥିବାବେଳେ ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଘଟିଛି।

 

- Advertisement -

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗୁରୁବାର ଦେଶରେ ୪୬,୧୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ବୁଧବାର ସଂକ୍ରମଣ ଠାରୁ ପ୍ରାୟ ୯ହଜାର ଅଧିକ। ସେହିପରି ଗତ ୨୪ ଘଣ୍ଟାରେ ୬୦୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କ ସହ ମୋଟ ମୃତ୍ୟୁସଂଖ୍ୟା ୩,୨୫,୫୮,୫୩୦ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି। ଦେଶରେ ଏବେ ୩,୩୩,୭୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ୩୪,୧୫୯ ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ ୩,୧୭,୮୮,୪୪୦ ଜଣ ସୁସ୍ଥ ହୋଇଛନ୍ତି। ଦେଶର ୪୧ଟି ଜିଲାରେ ସାପ୍ତାହିକ ସଂକ୍ରମଣ ହାର ୧୦%ରୁ ଅଧିକ ରହିଛି। କେରଳରୁ ଗୁରୁବାର ମଧ୍ୟ ୩୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୦,୦୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୨ ଜଣଙ୍କର ମୃତ୍ୟୁ ହୋଛନ୍ତି। ଏହା ବୁଧବାରର ସଂକ୍ରମଣ ଠାରୁ ସାମାନ୍ୟ କମ୍। ଗତ ସପ୍ତାହକ ମଧ୍ୟରେ ଦେଶରେ ଯେତିକି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାର ୫୮.୪% କେରଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ତୃତୀୟ ଲହର ଆସିବ। ବିଶେଷଜ୍ଞ କମିଟିର ସୂଚନା ଆଧାରରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପେ କହିଛନ୍ତି ଯେ ତୃତୀୟ ଲହରରେ ରାଜ୍ୟରେ ୬୦ଲକ୍ଷ ସଂକ୍ରମିତ ହେବେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories