www.samajalive.in
Wednesday, December 10, 2025
18.1 C
Bhubaneswar

କଂଗ୍ରେସର ଜୋନ ସ୍ତରୀୟ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତସ୍ତରରୁ ସଂଗଠନକୁ ଗୁରୁତ୍ୱ 

ବୌଦ୍ଧ : ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ହରଭଙ୍ଗା ବ୍ଳକର କୁଟିଗାଡୁ ଗ୍ରାମରେ ୯ ନମ୍ବର ଜୋନସ୍ତରୀୟ କାର୍ଯ୍ୟକାରୀଣୀ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ହରଭଙ୍ଗା ବ୍ଳକ ସଭାପତି ପଙ୍କଜ କୁମାର କର୍ଣ୍ଣଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହେବାସହ ଦଳକୁ କିପରି ପଞ୍ଚାୟତସ୍ତରରୁ ମଜଭୁତ କରାଯାଇପାରିବ ଆଲୋଚନା ହୋଇଥିଲା। ଜିଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏନେଇ ଆମେ ଆଗକୁ କିପରି ବଢିବା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାରେ ରମାକାନ୍ତ ଭୋକ୍ତା, ବାଜି ନାୟକ, ଚିତ୍ରସେନ ମଲିକ, ଗଣେଶ୍ୱର ଲଉରିଆ, ବିଜୟ ଦୀପ, ନାରାୟଣ ଦେହୁରୀ, ନିରାକାର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବୈଠକରେ ଗଣେଶ ଲଉରିଆଙ୍କୁ ହରଭଙ୍ଗା ବ୍ଳକର ଓବିସି ସେଲ ଅଧକ୍ଷ୍ୟ, ୯ ନଂ ଜୋନର ବ୍ଳକ କଂଗ୍ରେସର ବ୍ଳକ ସଂଯୋଜକ ଭାବେ ବିଜୟ ଦୀପ, କୃଷକ ସେଲର ସଂଯୋଜକ ଭାବେ ବାଲି ନାଏକ, ରାଜୀବ ଗାନ୍ଧି ପଞ୍ଚାୟତର ରାଜର ସଂଗଠକ ଭାବେ ପଦ୍ମଚରଣ ରଣା, ଈଶ୍ୱର ଜାନୀଙ୍କୁ ବରିଷ୍ଠ କଂଗ୍ରେସ ସେଲର ସଂଯୋଜକ , ଆଦିବାସୀ ସେଲର ହରଭଙ୍ଗା ବ୍ଳକ ଅଧକ୍ଷ୍ୟ ଭାବେ ନାରାୟଣ ଦେହୁରୀ, ହରିଜନ ସେଲର ଅଧକ୍ଷ୍ୟ ଭାବେ ରମାକାନ୍ତ ବେହେରା, ମହିଳା କଂଗ୍ରେସ ସଂଯୋଜିକା ଭାବେ ଝୁନୁ ବଘାରଙ୍କୁ ଅବସ୍ଥାପିତ କରାଯାଇଥିଲା। ବୈଠକରେ ହରଭଙ୍ଗା ବ୍ଳକ କଂଗ୍ରେସ ଉପସଭାପତି ବେଣୁଧର ମେହେର,କୋଷାଧକ୍ଷ୍ୟ ପୋଲସ୍ତି ପ୍ରଧାନ ,ଜିଲା କିଷାନ କଂଗ୍ରେସ ସାଧାରଣ ସଂପାଦକ ବୁଦ୍ଧଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories