www.samajalive.in
Saturday, December 6, 2025
17.1 C
Bhubaneswar

ଏହି ୧୦ଟି ଟିପ୍ସ ଜୀବନରେ ଭରିଦିଏ ହସଖୁସିର ବାତାବରଣ

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କିଛି ନିୟମର ପାଳନ କରିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ। ଏହି ବାସ୍ତୁ ଟିପ୍ସ ଖୁବ ସହଜ ଓ ପ୍ରଭାବୀ ହେବା ସହ ଏହାକୁ ଆପଣେଇବା ଦ୍ୱାରା କୁବେର ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଜୀବନର ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ ….
ଗୃହର ଉତ୍ତର ଦିଗକୁ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ କାନ୍ଥର ରଙ୍ଗ ନୀଳ ହେବା ଉଚିତ।
ପାଣି ରଖିବାର ସ୍ଥାନ ଉତ୍ତର ଦିଗ ହେବା ଉଚିତ।
ପାଣିର ଟାଙ୍କିରେ ଶଙ୍ଖ, ଚାନ୍ଦିର ଟଙ୍କା କିମ୍ବା କଇଁଚ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଆକ୍ୱାରିୟମକୁ ଘରର ଉତ୍ତର ଦିଗରେ ରଖନ୍ତୁ।
କୁବେରଙ୍କ ଦିଗ ଅର୍ଥାତ ଉତ୍ତର ଦିଗରେ ଘରର ଆଲମିରା ରଖନ୍ତୁ।
ଉତ୍ତର ଦିଗରେ ନୀଳ ରଙ୍ଗର ପିରାମିଡ଼ ରଖିବା ମଧ୍ୟ ଉତ୍ତମ।
ଉତ୍ତର ଦିଗରେ ଏକ ବଡ଼ କାଚ ପାତ୍ରରେ ସେଥିରେ ଏକ ଚାନ୍ଦିର ଟଙ୍କା ରଖି ଦିଅନ୍ତୁ।
ଘରର ପୂର୍ବ ଉତ୍ତର କୋଣ ଦେବୀ-ଦେବତାଙ୍କ ସ୍ଥାନ ବୋଲି ବିବେଚନା କରାଯାଏ। ଏହି ଦିଗରେ ପ୍ରଭୁ ଗଣେଶ ଓ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରନ୍ତୁ।
ଘରର ପୂର୍ବ-ଉତ୍ତର ସ୍ଥାନକୁ ଅପରିଷ୍କାର ରଖନ୍ତୁ ନାହିଁ।
ଉତ୍ତର ଦିଗରେ ଘରର ବଗିଚାରେ ଅଁଳା କିମ୍ବା ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories