www.samajalive.in
Saturday, December 6, 2025
15.1 C
Bhubaneswar

ସିଏଏ ବିରୋଧ ଦଙ୍ଗାକାରୀଙ୍କୁ ପୋଷ୍ଟର ମାରି ଚିହ୍ନଟ କରୁଛି ପୁଲିସ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତର ପ୍ରଦେଶରେ ଦଙ୍ଗା କରୁଥିବା ଲୋକମାନଙ୍କୁ ପୁଲିସ ଚିହ୍ନଟ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଛି। ପୁଲିସ ପୋଷ୍ଟର ଏବଂ ଛକମାନଙ୍କରେ ବ୍ୟାନର ଲଗାଇ ହିଂସାକରୁଥିବା ଲୋକମାନଙ୍କୁ ଚିହ୍ନଟ କରୁଛି। ରବିବାର ଗାଜିଆବାଦ ଅଞ୍ଚଳରେ ୨୭ ଜଣ ଦଙ୍ଗାକାରୀଙ୍କୁ ଗିରଫ କରିଛି ପୁଲିସ। ଏହି ଦଙ୍ଗାକାରୀମାନଙ୍କୁ ଗିରଫ କରିବାପାଇଁ ପୁଲିସ ବିଳମ୍ବିତ ରାତି ପର୍ୟ୍ୟନ୍ତ ବିଭିନ୍ନ ଅଞ୍ଚଳରେ ତଲାସି କରୁଥିବା ଜଣାପଡିଛି।
ସୂଚନାଅନୁସାରେ ଗାଜିଆବାଦ ଜିଲାରେ ରବିବାର ପୁଲିସ ଗିରଫ କରିଥିବା ୨୭ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କୁ ଜେଲ ପଠାଇଦେଇଛି।

- Advertisement -

ଏନେଇ ଏସଏସପି ସୁଧୀର କୁମାର ସିଂହ କହିଛନ୍ତି ଯେ, ଲୋନୀ ବର୍ଡର ଏବଂ ଲୋନୀ ଥାନାର ସଂଯୁକ୍ତ ଟିମ୍ ଉପଦ୍ରବକାରୀଙ୍କୁ ଚିହ୍ନଟ କରି ଗିରଫ କରୁଛି। ଧରା ହୋଇଥିବା ସମସ୍ତ ବିଦ୍ରୋହୀ ଲୋନୀ ଅଞ୍ଚଳର। ତେବେ ବର୍ତ୍ତମାନ ସୁଦ୍ଧା ଲୋନୀରେ ୨୦ ଜଣଙ୍କୁ ଗିରଫ କରାଗଲାଣି। ସେହିପରି ଭାବରେ ମୁରାଦନଗର ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ଜିଲ୍ଲାରେ ଏଯାବତ୍ ପୁଲିସ ୯୨ ଜଣଙ୍କୁ ଗିରଫ କରିଛି। ପୁଲିସ କହିଛି ଯେଉଁସ୍ଥାନମାନଙ୍କରେ ଦଙ୍ଗାକାରୀ ମାନେ ଉପଦ୍ରବ କରି ଜନତାଙ୍କ ସମ୍ପତ୍ତି ନଷ୍ଟ କରୁଛନ୍ତି ସେ ସବୁସ୍ଥାନର ଭିଡିଓ କରାଯାଇଛି। ଭିଡିଓରୁ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇ ପୋଷ୍ଟର ଲାଗାଯାଉଛି ଏବଂ ଦଙ୍ଗାକାରୀଙ୍କ ଚିହ୍ନଟ ପାଇଁ ସାଧାରଣ ଜନତାଙ୍କ ସହାୟତା ପାଇଁ ମଧ୍ୟ ପୁଲିସ ଅପିଲ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories