www.samajalive.in
Saturday, December 6, 2025
23.1 C
Bhubaneswar

ରୋଷେଇ ଘର ସହ ଜଡ଼ିତ ବାସ୍ତୁ ଟିପ୍ସ

ବାସ୍ତୁ ନିୟମ ଅନୁଯାୟୀ କାର୍ଯ୍ୟ କରିବା ଦ୍ୱାରା ଗୃହରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ବାସ୍ତୁଶାସ୍ତ୍ରରେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ପତ୍ୟେକ ଭାଗ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ରୋଷେଇ ଘରେ ହେଉଥିବା କେତେକ ଭୁଲ ପାଇଁ ଘରେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ, ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ –
ପ୍ରତ୍ୟେକ ଦିନ ସକାଳ ଓ ରାତିରେ ଖାଦ୍ୟ ପ୍ରସ୍ତୁତ ହେବା ପରେ ପ୍ରଥମେ ସେହି ଖାଦ୍ୟ ରୋଷେଇ ପ୍ରସ୍ତୁତ ହେଉଥିବା ଗ୍ୟାସ ନିକଟରେ କିମ୍ବା ଚୁଲି ନିକଟରେ କିଛି ସମର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଘରେ ଖାଦ୍ୟର ଅଭାବ ହୋଇନଥାଏ ଓ ସର୍ବଦା ସୁଖଶାନ୍ତି ରହିଥାଏ।
ରୋଷେଇ ଘର ନିକଟରେ ଠାକୁର ଘର ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ଅଶାନ୍ତିର ବାତାବରଣ ରହିଥାଏ।
ରୋଷଇ ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ, ଭଙ୍ଗାରୁଜା ଦ୍ରବ୍ୟ ରୋଷେଇ ଘରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ ଓ ରୋଗଗ୍ରସ୍ତ ରହିଥାଆନ୍ତି।
ରୋଷେଇ ଘର ନିକଟରେ ଗାଧୁଆ ଘର ଆଦୌ ରଖନ୍ତୁ ନାହିଁ। ଏହା ଅଶୁଭ ଅଟେ। ଏପରି ହେବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ।
ଅଗାଧୁଆ ରୋଷେଇ ଘରେ ପ୍ରବେଶ କରନ୍ତୁ ନାହିଁ।
ଘରର ମୁଖ୍ୟ ଦରଜା ସମ୍ମୁଖରେ ମଧ୍ୟ ରୋଷେଇ ଘରେ ରଖନ୍ତୁ ନାହିଁ।
କୌଣସି ପ୍ରକାରର ଔଷଧ ମଧ୍ୟ ରୋଷେଇ ଘରେ ରଖନ୍ତୁ ନାହିଁ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories