www.samajalive.in
Saturday, December 6, 2025
23.1 C
Bhubaneswar

ରେଳ ଭିତ୍ତିଭୂମି ପାଇଁ ୫୦ ଲକ୍ଷ କୋଟି ଖର୍ଚ୍ଚ ହେବ, ଦେଶରେ ବିଦେଶୀ ପୁଞ୍ଜି ନିବେଶ ବଢ଼ିବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ସାଗରମାଲା, ଭାରତମାଲା ଏବଂ ଉଡ଼ାନ ଯୋଜନାରୁ ଲୋକଙ୍କୁ ଲାଭ ମିଳିବ। ୨୦୧୯ରେ ମେଟ୍ରୋ ରେଳପଥର ଲମ୍ବ ବଢ଼ିବ। ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ପଦକ୍ଷେପ ନେବେ। ଭାରତୀୟ ରେଲୱେ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଦ୍ବାରା ପିପିପି(ପ୍ରାଇଭେଟ-ପବ୍ଲିକ ପାର୍ଟନରଶିପ୍‌) ମୋଡ୍‌ରେ କାର୍ଯ୍ୟ କରାଯିବ। ଆଗାମୀ ୧୨ ବର୍ଷ ମଧ୍ୟରେ ସରକାର ରେଳ ଭିତ୍ତିଭୂମି ପାଇଁ ୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

ସେହିପରି ଦେଶରେ ବିଦେଶ ପୁଞ୍ଜି ନିବେଶ(ଏଫଡିଆଇ) ବୃଦ୍ଧି ଉପରେ ବଜେଟରେ ଗୁରୁତ୍ଵ ଦିଆଯାଇଛି। ଭାରତକୁ ସବୁଠାରୁ ପସନ୍ଦଯୋଗ୍ୟ ଏଫଡିଆଇ ଦେଶ ଭାବେ ଗଢ଼ିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସିଙ୍ଗଲ ବ୍ରାଣ୍ଡ ରିଟେଲ ବ୍ୟବସାୟରେ ଏଫଡିଆଇ ବୃଦ୍ଧି ପାଇବ। ଏହା ସହିତ ବୀମାରେ ୧୦୦ ପ୍ରତିଶତ ଏଫଡିଆଇ ଲାଗୁ କରାଯିବ। ଗଣମାଧ୍ୟମ ସଂସ୍ଥାରେ ବି ବିଜେଦଶ ପୁଞ୍ଜି ନିବେଶକୁ ବୃଦ୍ଧି କରାଯିବ ବୋଲି ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ ବେଳେ କହିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories