www.samajalive.in
Saturday, December 6, 2025
15.1 C
Bhubaneswar

ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ହେଲା ବାଜପେୟୀଙ୍କ ସମାଧି ‘ସଦୈବ୍‍ ଅଟଳ’

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ‘ସଦୈବ୍‍ ଅଟଳ’କୁ ମଙ୍ଗଳବାର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟାନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ତାଙ୍କ ସମାଧୀସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ସ୍ୱର୍ଗତ ବାଜପେୟୀଙ୍କ ପରିବାର ସଦସ୍ୟମାନେ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିବିଧତାରେ ଏକତା ଉପରେ ଗୁରୁତ୍ୱ ବହନ କରି ଦେଶର ବିଭିନ୍ନ ପାନ୍ତରୁ ଆସିଥିବା ପଥରରେ ନୂଆଦିଲ୍ଲୀର ରାଜଘାଟ ନିକଟରେ ଏହି ସମାଧି ନିର୍ମାଣ କରାଯାଇଛି।
ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ  ଏକ ପ୍ରେସ୍‍ ଇସ୍ତାହାରରେ କହିଛନ୍ତି ସମାଧି ମଞ୍ଚର କେନ୍ଦ୍ରସ୍ଥଳୀ ୯ଟି ବର୍ଗାକାର ଢାଞ୍ଚାକୁ ନେଇ ଗଠିତ ହୋଇଥିବା ବେଳେ ଏହାର ମଧ୍ୟସ୍ଥଳରେ ଏକ ଦୀପ ରହିଛି। ତେବେ ୯ସଂଖ୍ୟାର ବିଶେଷତ୍ୱ ହେଉଛି ଏହା ନବରସ, ନବରାତ୍ର ଓ ନବଗ୍ରହକୁ ବୁଝାଉଛି। ଏହି ୯ଟି ବର୍ଗାକାର ଢାଞ୍ଚା ଏକ ଗୋଲାକାର ପଦ୍ମଫୁଲ ଆକୃତିର ମଞ୍ଚ ଉପରେ ବିଦ୍ୟମାନ ଅଛି। ମନ୍ତ୍ରଣାଳୟ କହିଛି ସିପିଡବ୍ଲ୍ୟୁ ଦ୍ୱାରା ୧୦କୋଟି ଟଙ୍କା ବ୍ୟୟରେ ଏହି ସମାଧି ନିର୍ମାଣ ସଂପୂର୍ଣ୍ଣ ହୋଇଛି ଏବଂ ଅଟଳ ସ୍ମୃତି ନ୍ୟାସ ଏହାର ସଂପୂର୍ଣ୍ଣ ବ୍ୟୟ ଭାର ବହନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories