www.samajalive.in
Monday, December 15, 2025
15.1 C
Bhubaneswar

ରାଜ୍ୟ ଶାଖା ସଭାପତିଙ୍କୁ ବାଜପେୟୀଙ୍କ ଅସ୍ଥି କଳସ ଅର୍ପଣ କଲେ ମୋଦୀ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ସମସ୍ତ ରାଜ୍ୟର ରାଜଧାନୀ ଓ ସବୁ ଜିଲ୍ଲାଗୁଡ଼ିକରେ ଅସ୍ଥି କଳସ ଯାତ୍ରା ଆୟୋଜନ କରି ପବିତ୍ର ନଦୀଗୁଡ଼ିକରେ ଅସ୍ଥି ବିସର୍ଜନ କରାଯିବ। ସାରା ଦେଶର ଲୋକମାନେ ଓ ଦଳରର କର୍ମୀମାନେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ପ୍ରତ୍ୟେକ ରାଜ୍ୟରେ ଅସ୍ଥି କଳସ ଯାତ୍ରା ପାଇଁ ସ୍ଥିର କରାଯାଇଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

ବୁଧବାର ଦିଲ୍ଲୀର ୧୧-ଅଶୋକା ରୋଡ ସ୍ଥିତ ବିଜେପିର ପୁରୁଣା କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହା ବାଜପେୟୀଙ୍କ ଅସ୍ଥି କଳସଗୁଡ଼ିକୁ ରାଜ୍ୟ ଶାଖା ସଭାପତିମାନଙ୍କୁ ଅର୍ପଣ କରିଛନ୍ତି। ରାଜ୍ୟ ଶାଖା ବିଜେପି ସଭାପତିମାନେ ଅସ୍ଥି କଳସଗୁଡ଼ିକୁ ଗ୍ରହଣ କରି ନିଜ ନିଜ ରାଜ୍ୟର ରାଜଧାନୀ ଓ ସବୁ ଜିଲ୍ଲାଗୁଡ଼ିକରେ ଅସ୍ଥି କଳସ ଯାତ୍ରା ଆୟୋଜନ କରି ପବିତ୍ର ନଦୀଗୁଡ଼ିକରେ ଅସ୍ଥି ବିସର୍ଜନ କରିବେ ବୋଲି ପାର୍ଟି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟଗୁଡ଼ିକର ରାଜଧାନୀରୁ ଅସ୍ଥି କଳସ ଯାତ୍ରା ଆରମ୍ଭ ହେବ ଏବଂ ପ୍ରତ୍ୟେକ ବ୍ଲକ୍‍ଗୁଡ଼ିକ ଦେଇ ଏହି ଯାତ୍ରା ପରିକ୍ରମା କରାଯିବ।
ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ର୍ରୀ ମୋଦୀ ଓ ବିଜେପି ଅଧ୍ୟକ୍ଷ ଶ୍ରୀ ଶାହାଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ବାଜପେୟୀଙ୍କ ପାଳିତା କନ୍ୟା ନମିତା ଓ ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories