www.samajalive.in
Monday, December 15, 2025
26.1 C
Bhubaneswar

ଆଶ୍ୱସ୍ତି ଖବର: ଅଗଷ୍ଟ ସୁଦ୍ଧା କୋଭିଡ ଟିକା ଉତ୍ପାଦନ ବୃଦ୍ଧି କରିବେ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ-ଟିକାର ଘୋର ଅଭାବ ପରିଲକ୍ଷି ହେଉଥିବା ଏବଂ ଟିକାପାଇଁ ଲମ୍ବାଧାଡି ଲାଗୁଥିବାବେଳେ ପରିସ୍ଥିତିର ସମାଧାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଇତିମଧ୍ୟରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ୍‍ ଇନଷ୍ଟିଚ୍ୟୁଟ ସହିତ କଥାବାର୍ତ୍ତା କରିଥିବା ଜଣାଇଛି। ଏହି ଦୁଇ କମ୍ପାନୀ ଆଗାମୀ ଚାରିମାସ ପାଇଁ ସେମାନଙ୍କର ଟିକା ଉତ୍ପାଦନ ଯୋଜନା କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ସେମାନେ କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା ଟିକା ଉତ୍ପାଦନ ସଂଖ୍ୟା ଯଥାକ୍ରମେ ୭.୮ କୋଟି ଏବଂ ୧୦ କୋଟିକୁ ବୃଦ୍ଧି କରିପାରିବେ। ହାଇଦରାବାଦସ୍ଥିତ ଭାରତ ବାୟୋଟେକ ପକ୍ଷରୁ ସ୍ୱଦେଶୀ ସ୍ତରରେ ବିକଶିତ କୋଭାକ୍ସନ ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରଜେନେକାର ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ତିଆରି ହେଉଥିବା କୋଭିସିଲ୍ଡ ଟିକା ସଂପ୍ରତି ଦେଶରେ କରୋନା ଭୂତାଣୁ ବିରୁଦ୍ଧରେ ବ୍ୟବହାର କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories