www.samajalive.in
Saturday, December 6, 2025
15.1 C
Bhubaneswar

ଶୀଘ୍ର ନିଯୁକ୍ତି ପାଇବେ ୭୮୬ ଡାକ୍ତର

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ନିଯୁକ୍ତି ପାଇଁ ଦିଆଯାଇଥିବା ପ୍ରସ୍ତାବ ଆଧାରରେ ଓଡ଼ିଶା ଲୋକସେବା ଆୟୋଗ ନିଯୁକ୍ତି ପାଇଁ ୭୮୬ ଡାକ୍ତରଙ୍କ ନାମ ସୁପାରିସ କରିଛି। ସୂଚନାଯୋଗ୍ୟ ଯେ ଡାକ୍ତର ନିଯୁକ୍ତି ପାଇଁ ପରୀକ୍ଷା କରାଯାଇ ୧୫ ଦିନ ମଧ୍ୟରେ ଆୟୋଗ ଫଳ ପ୍ରକାଶ କରିପାରିଛି। କରୋନା ସମୟରେ ଡାକ୍ତର ପଦବୀଗୁଡ଼ିକ ଯଥା ଶୀଘ୍ର ପୂରଣ କରିବା ଅପରିହାର୍ଯ୍ୟ ଥିବାରୁ ଯେତେ ସମ୍ଭବ କମ ସମୟ ମଧ୍ୟରେ ନିଯୁକ୍ତି ପରୀକ୍ଷା କରି ଫଳ ପ୍ରକାଶ କରିବା ଓଡ଼ିଶା ଲୋକସେବା ଆୟୋଗ ପାଇଁ ଏକ ବଡ଼ ଆହ୍ୱାନ ଥିଲା। ଅଭିକଳକ(କମ୍ପ୍ୟୁଟର) ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ ନେଇ ଆୟୋଗ ନିଷ୍ପତ୍ତି ନେଇଥିଲା। ସରକାର ଗତ ଫେବୃଆରୀ ୧୯ ତାରିଖରେ ଡାକ୍ତର ପଦ ପାଇଁ ପରୀକ୍ଷା କରିବାକୁ ଲୋକସେବା ଆୟୋଗକୁ ପ୍ରସ୍ତାବ ଦେଇଥିଲେ। ଆବେଦନ ପାଇଁ ଏକ ମାସ ସମୟ ଦେବା ପରେ ୧୫ଟି କେନ୍ଦ୍ରରେ ଏପ୍ରିଲ ୨୮ ତାରିଖରେ ପରୀକ୍ଷା କରାଯାଇଥିଲା।

୧୪୯୧ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା କରାଯିବାର ମାତ୍ର ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ଲୋକସେବା ଆୟୋଗ ପରୀକ୍ଷା ପଦ୍ଧତିରେ ଆଣିଥିବା ସଂସ୍କାରମୂଳକ ପଦକ୍ଷେପର ଦୃଷ୍ଟାନ୍ତ ପ୍ରଦର୍ଶନ କରିପାରିଛି। ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କର ମୂଳ ପ୍ରମାଣପତ୍ର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କରିବା ପରେ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories