www.samajalive.in
Saturday, December 6, 2025
15.1 C
Bhubaneswar

କ.ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ

କ.ନୂଆଗାଁ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୦ଜଣ ଟୀକା ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ସଫେଇ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି ଓ ଡ଼ାକ୍ତର ସାମିଲ୍‍ ଅଛନ୍ତି। ସମୁଦାୟ ୯୦ଜଣ କରୋନା ଯୋଦ୍ଧା ଆଜି ଟୀକାକରଣ କରାଯାଇଥିବା ବେଳେ ନୋଡ଼ାଲ୍‍ ଅଧିକାରୀ ଭାବେ ବାଲିଗୁଡ଼ା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ସୁରେଶ ଚନ୍ଦ୍ର ପ୍ରଧାନ, ବିଡ଼ିଓ ଶରତ କୁମାର ପାତ୍ର, ସିଡ଼ିିପିଓ ଦୈପଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ। କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରାକେଶ କୁମାର ବେହେରା, କରିସ୍ମା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଟୀକା ପ୍ରଦାନ କାର୍ଯ୍ୟରେ ୨ଟି ଦଳରେ ପ୍ରତ୍ୟେକ ଦଳରେ ୫ଜଣ ଲେଖାଏଁ ସ୍ୱାସ୍ଥ୍ୟ କର୍ମଚାରୀ ସାମିଲ୍‍ ଥିଲେ। ସର୍ବଶେଷ ରିପୋର୍ଟ ପ୍ରକାରେ , ଆଜି ପ୍ରଥମ ଦିନରେ କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣ ଡ଼ାକ୍ତର, ୪ ଜଣ ଷ୍ଟାର୍ଫ ନର୍ସ, ୨ ଜଣ ଫାର୍ମାସିଷ୍ଟ, ଜଣେ ଏ.ଏମ୍‍.ଏମ୍‍, ୭ଜଣ ସ୍ୱଚ୍ଛ କର୍ମଚାରୀ, ୨ ଜଣ ସିକ୍ୟୁରିଟ୍‍, ଅନ୍ୟ ସ୍ୱାସ୍ଥ୍ୟକର୍ମୀ ୬୯ଜଣ ଟୀକା ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories