www.samajalive.in
Saturday, December 6, 2025
14.1 C
Bhubaneswar

୧୪ ବର୍ଷ ପରେ ପାକିସ୍ତାନରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ : ଟେଷ୍ଟ ମ୍ୟାଚ୍ ସହ ସିରିଜ ଆରମ୍ଭ

କରାଚି : ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଦୀର୍ଘ ୧୪ ବର୍ଷ ପରେ ପାକିସ୍ତାନରେ ପ୍ରଥମ ଟେଷ୍ଟ ସିରିଜ୍ ପାଇଁ ଶନିବାର କରାଚିରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ଦଳ ଶେଷ ଥର ପାଇଁ ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା । ଏହି ଆଫ୍ରିକୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୦ରେ ଜିତିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୨୦୧୦ ଏବଂ ୨୦୧୩ରେ  ପାକିସ୍ତାନ ସହ ମ୍ୟାଚ ଖେଳି ଥିଲା।

୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ୟୁଏଇକୁ ସେମାନଙ୍କ ଘରୋଇ ଖେଳର ସ୍ଥାନ ଭାବରେ ବାଛିବାକୁ ପଡିଲା । ଦକ୍ଷିଣ ଆଫ୍ରିକୀୟ ଦଳ ବର୍ତ୍ତମାନର ସିରିଜରେ କରାଚି (୨୬-୩୦ ଜାନୁଆରୀ) ଏବଂ ରାୱଲପିଣ୍ଡି (୪-୮ ଫେବୃଆରୀ) ରେ ଦୁଇଟି ଟେଷ୍ଟ ମ୍ୟାଚ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜରେ (୧୧ ଫେବୃଆରୀରୁ) ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

- Advertisement -

ଦକ୍ଷିଣ ଆଫ୍ରିକା ଦଳ : କ୍ୱିଣ୍ଟନ୍ ଡି କକ୍ (ଅଧିନାୟକ), ଆଡେନ ମାର୍କରମ୍, ଡିନ୍ ଏଲଗାର, ଫାଫ୍ ଡୁ ପ୍ଲେସିସ୍, ତେମ୍ବା ବାଭୁବା, କାଗିସୋ ରାବାଡା, ଡୱେନ ପ୍ରିଟୋରିୟସ୍, କେଶବ ମହାରାଜ, ଲୁଙ୍ଗି ଏନଗିଡି, ରାସି ଭାନ୍ ଡେର୍ ଡୁସେନ୍, ଏନରିକ୍ ନାରଜେ, ୱାୟାନ୍ ମୁଲଡର୍, ଲୁଥୋ ସିପ୍ଲାମଲା, ବେଉରେନ୍ ହେଣ୍ଡ୍ରିକ୍ସ କାଇନ ୱେରୟେନ, ସେରେଲ୍ ଇରବେ, କିଗନ୍ ପିଟରସନ, ତବରେଜ ଶମ୍ମୀ, ଜର୍ଜ ଲିଣ୍ଡେ, ଡେରେନ୍ ଡୁପାଭାଲିନ୍, ମାର୍କୋ ଜନସନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories