www.samajalive.in
Monday, December 15, 2025
26.1 C
Bhubaneswar

ବାଳାଶ୍ରମ କର୍ମଚାରୀଙ୍କୁ ଟିକାକରଣ

ଯାଜପୁର : ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନଙ୍କୁ କରୋନା ଟିକାକରଣ କରାଯାଇଚ୍ଥି । ଯାଜପୁର ସହରସ୍ଥିତ ଉତ୍କଳ ବାଳାଶ୍ରମ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ମୋଟ ୨୩ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାକରଣ କରାଯାଇଚ୍ଥି । ଜିଲାର ବଡଚଣା ବ୍ଲକ ସମିଆ ପଞ୍ଚାୟତର ବୁଢାକେନ୍ଦୁଆଠାରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ନେସନ, ଶାସନ ପୁରୁଷୋମପୁରଠାରେ ଥିବା ଆମ ଘର, ଯାଜପୁର ରୋଡର ନୂଆ ଗାଁଠାରେ ଥିବା ଅନ୍ନପୂର୍ଣ୍ଣା ଶିଶୁ ଗୃହ ଓ ବିଂଝାରପୁର ବ୍ଳକର ଅଳକୁଣ୍ଡଠାରେ ଥିବା ବଳଦେବ ଜୀଉ ସେବାଶ୍ରମଗୁଡିକର କର୍ମକର୍ତ୍ତାମାନଙ୍କୁ ଟିକାକରଣ ଏବଂ ଅନ୍ତେବାସୀଙ୍କ କୋଭିଡ ଟେଷ୍ଟ କରିବା ପାଇଁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଚ୍ଥନ୍ତି । ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତା ଯେଉଁମାନେ କି ଶିଶୁ ଲାଳନ ପାଳନ ଓ ଉଦ୍ଧାର ଥଇଥାନ କାର୍ୟ୍ୟରେ ନିୟୋଜିତ ରହିଚ୍ଥନ୍ତି ସେମାନଙ୍କୁ ଟିକାକରଣ କରାଯାଇଚ୍ଥି । ସେହିପରି ଉତ୍କଳ ବାଳାଶ୍ରମର ୪୧ ଜଣ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯାଇଚ୍ଥି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି । ଅନ୍ୟ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଉଚ୍ଥି ବୋଲି ସେ କହିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories